Latest Odisha News

ଟ୍ୱିନ୍ ସିଟି ସମେତ ଏହି ୭ଟି ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ନେଇ ୩ ଘଣ୍ଟିଆ ସତର୍କତା, ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ତ ରୌଦ୍ୟତାପରେ ଜନଜୀବନ ଆଉଟୁପାଉଟୁ ହେଉଥିବାବେଳେ ଆଗାମୀ ୩ ଘଣ୍ଟାରେ ଟ୍ୱିନ୍ ସିଟି ସମେତ ଏହି ୭ଟି ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କ ଜାରି କଲା ପାଣିପାଗ ବିଭାଗ। ଅପରାହ୍ନ ୩ଟାରେ ଜାରି ହୋଇଥିବା ଚେତାବନୀରେ ଆଇଏମଡି କହିଛି ଯେ କାଳବୈଶାଖୀ ପ୍ରଭାବରେ ବିଜୁଳି, ଘଡ଼ଘଡ଼ି ସହିତ ହାଲୁକା ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହିତ ଘୂର୍ଣ୍ଣିବଳୟ ପବନର ବେଗ ୪୦-୫୦ କିଲୋମିଟରରେ ବୋହିବାର ଆଶଙ୍କା ରହିଛି। ଗଜପତି, ରାୟାଗଡା, କନ୍ଧମାଳ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲ୍ଲାରେ କାଳବୈଶାଖୀର ପ୍ରଭାବରେ ହାଲୁକା ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

BjdElectrycity

ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରି ପାଣିପାଗ ବିଭାଗ କହିଛି ଯେ ଭୁବନେଶ୍ୱର ଏବଂ କଟକ ସହର ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି। ପୂର୍ବାନୁମାନ ଅନୁଯାୟୀ ଆଗାମୀ ୩ ରୁ ୪ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦିନ ତାପମାତ୍ରାରେ ୪ ରୁ ୬ ଡ଼ିଗ୍ରୀ ଯାଏଁ ହ୍ରାସ ସମ୍ଭାବନା ରହିଛି ।

ଆଗାମୀ ମଇ ୬ ରୁ ୮ ତାରିଖ ମଧ୍ୟରେ ଉତ୍ତର ଉପକୂଳ ଓଡିଶା-ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ପବନର ବେଗ ୪୦ ରୁ ୫୦ କିମି ବେଗରେ ରହିବାର ସମ୍ଭାବନା ଥିବାରୁ ସାମୁଦ୍ରିକ ସ୍ଥିତି ଅଶାନ୍ତରୁ ଅତ୍ୟଧିକ ଅଶାନ୍ତ ରହିବାର ସମ୍ଭାବନା ରହିଛି। ଜନସାଧାରଣଙ୍କୁ ପାଣିପାଗ ଉପରେ ନଜର ରଖିବାକୁ ଏବଂ ସେହି ଅନୁଯାୟୀ ବଜ୍ରପାତରୁ ରକ୍ଷା ପାଇବା ପାଇଁ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି। ଆସନ୍ତାକାଲି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବର୍ଷାର ତୀବ୍ରତା ସାମାନ୍ୟ ଅଧିକ ରହିବାର ସମ୍ଭାବନା ରହିଛି।

 

Leave A Reply

Your email address will not be published.