Latest Odisha News

BREAKING NEWS

ଆଜି ରାତିରେ ଏହି ୭ଟି ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଓଡ଼ିଶାରେ ମଙ୍ଗଳବାର ରାତିରେ ବଜ୍ରପାତ ସହିତ ଝଡ଼ବର୍ଷା ହେବାର ସମ୍ଭାବନା ରହିଥିବାର ସତର୍କ ସୂଚନା ପ୍ରଦାନ କରିଛି ।

ରାଜ୍ୟର ୭ଟି ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ହସ୍ତଗତ ହୋଇଛି ।

ଯେଉଁ ୭ଟି ଜିଲ୍ଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି ସେହି ଜିଲ୍ଲା ଗୁଡ଼ିକ ହେଲା ଯଥାକ୍ରମେ – ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ନୟାଗଡ଼, କନ୍ଧମାଳ ଏବଂ ଗଞ୍ଜାମ ଜିଲ୍ଲା ।

ପାଣିପାଗ କେନ୍ଦ୍ରର ସୂଚନାକ୍ରମେ ଏହିସବୁ ଜିଲ୍ଲା ଗୁଡ଼ିକରେ ରାତି ୮ଟା ୧୫ରୁ ରାତି ୧୧ଟା ୧୫ ପର୍ଯ୍ୟନ୍ତ ଝଡ଼ବର୍ଷା ହେବାର ଆଶଙ୍କା ରହିଛି । ଏହି ସମୟରେ ଜନସାଧାରଣଙ୍କୁ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.