Latest Odisha News

BREAKING NEWS

ଘଡଘଡି ସହ ବର୍ଷା ଆଶଙ୍କା: ରାଜ୍ୟର ୧୫ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ଓଡିଶାର ପ୍ରାୟ ୧୫ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି।

ଭାରତୀୟ ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ରାଜ୍ୟର ପ୍ରାୟ ୧୫ଟି ଜିଲ୍ଲାରେ ପାଖାପାଖି ଅପରାହ୍ନ ୫ଟା ପର୍ଯ୍ୟନ୍ତ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସହ ବିଜୁଳି ଓ ଘଡଘଡି ମାରିବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ କେନ୍ଦୁଝର, ଢେଙ୍କାନାଳ, ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ, ଯାଜପୁର, ଅନୁଗୁଳ, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଦେଓଗଡ, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଓ ପୁରୀ ଆଦି ଜିଲ୍ଲାକୁ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

Leave A Reply

Your email address will not be published.