Latest Odisha News

BREAKING NEWS

ରାଜଧାନୀର ଗ୍ରାହକଙ୍କ ପାଇଁ ଟିକ୍ ମି ଆପ୍‌, ସୁବିଧାରେ ପାଇପାରିବେ ଅତ୍ୟାବଶ୍ୟକ ସାମଗ୍ରୀ

ଭୁବନେଶ୍ୱର : ଲକ୍ ଡାଉନ ସମୟରେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ ଏହି ସମୟରେ ରାଜଧାନୀ ଭୁବନେଶ୍ୱରରେ ଲୋକେ କିପରି ଗ୍ରୋସରୀ, ପନିପରିବା ଓ ମେଡିସିନ ସୁବିଧାରେ ପାଇପାରିବେ ସେଥିପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ ସ୍ମାର୍ଟ ସିଟି ପକ୍ଷରୁ ଆରମ୍ଭ ହୋଇଛି ଟିକ୍ ମି ମୋବାଇଲ୍ ଆପ୍ । ଏହି ଆପ୍ ଜରିଆରେ ଆପଣ ରେଷ୍ଟୁରାଣ୍ଟ ଖାଇବା ମଧ୍ୟ ଅର୍ଡର କରିପାରିବେ ।

ଅର୍ଡର କରୁଥିବା ବ୍ୟକ୍ତି କେଉଁ ଦିନ ଜିନିଷପତ୍ର ପାଇବେ ସେ ନେଇ ସୂଚନା ଦିଆଯିବ । ତେବେ ଜିନିଷ ଆପଣଙ୍କୁ କୌଣସି ମଲ୍‌ରୁ ନୁହେଁ ଘର ପାଖ ଛୋଟ ଗ୍ରୋସରୀ ଦୋକାନ, ପନିପରିବା ଦୋକାନ ଓ ମେଡିସିନ ଦୋକାନରୁ ମିଳିପାରିବ । ଏଥି ପାଇଁ ଦୋକାନୀମାନେ ଏହି ଆପ୍‌ରେ ନିଜ ନାମକୁ ପଂଜୀକରଣ କରିବେ ।

ଆପ୍ ବ୍ୟବହାର କରୁଥିବା ବ୍ୟକ୍ତି ବିନା ଦେୟରେ ଏହି ଆପ୍ ବ୍ୟବହାର କରିପାରିବେ । ଏହାକୁ ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିପାରିବେ । ନିଜ ଇମେଲ୍ ଆଇଡି ଦେଇ ମଧ୍ୟ ପଂଜୀକରଣ କରିବା ପରେ ଜିନିଷ ଅର୍ଡର କରିପାରିବେ । ଏଥିପାଇଁ କୌଣସି ଓଟିପି ଆବଶ୍ୟକ ନାହିଁ ।
ସେହିପରି ଦୋକାନୀମାନଙ୍କୁ ମଧ୍ୟ ଆପ୍ ବ୍ୟବହାର ପାଇଁ କିଛି ଦେୟ ଦେବାକୁ ପଡିବନି । ଥରେ ଆପ୍ ଡାଉନଲୋଡ ପରେ ଆପଣ ଜିନିଷ କିଣିବା ପାଇଁ ଅର୍ଡର ଦେଇପାରିବେ । ଅର୍ଡର ଦେଇଥିବା ସାମଗ୍ରୀକୁ ଏକାଠି କରିବା ପରେ ଆପ୍ ବ୍ୟବହାରକାରୀଙ୍କୁ ଜିନିଷ ନେଇଯିବା ସମ୍ପର୍କରେ ଖବର ଦିଆଯିବ । ଯଦି ଆପଣଙ୍କୁ ହୋମ୍ ଡଲିଭରି ଦରକାର ତେବେ ଆପଣଙ୍କ ଘରେ କେତେବେଳେ ଜିନିଷ ପହଞ୍ଚିବ ସେ ନେଇ ସୂଚନା ଦିଆଯିବ । କିଛି ପଚାରିବାର ଥିଲେ ଆପଣ ଦୋକାନୀଙ୍କ ଫୋନରେ କଥା ହୋଇପାରିବେ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରଥମ ପର୍ଯ୍ୟାୟରେ ଆପଣ ଜିନିଷ ପାଇଲା ପରେ ଗ୍ରାହକ ଟଙ୍କା ଦେବାର ବ୍ୟବସ୍ଥା ହୋଇଥିବା ବେଳେ ଆଗକୁ ଅନଲାଇନ ପେମେଣ୍ଟର ସୁବିଧା ରହିବ । ଦୋକାନୀମାନେ ଆପ୍‌ରେ ପଂଜୀକରଣ କରିବା ପରେ ଏହି ଆପ୍ କାର୍ଯ୍ୟକାରୀ ହେବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.