Latest Odisha News

BREAKING NEWS

ଫିଲ୍ମ ‘ଗଣପତ’ରେ ପ୍ରଥମ ଥର ନଜର ଆସିବେ ବିଗ୍ ବି ଏବଂ ଟାଇଗର

ମୁମ୍ବାଇ: ବଲିଉଡ଼ ଅଭିନେତା ଟାଇଗର ଶ୍ରଫ୍ ଏବଂ ବିଗ୍ ବି ଅମିତାଭ ବଚ୍ଚନ ପ୍ରଥମ ଥର ଏକାସଙ୍ଗେ କାମ କରିବେ। ଫିଲ୍ମ ‘ଗଣପତ’ ପାଇଁ ନିର୍ମାତା ଅମିତାଭ ବଚ୍ଚନଙ୍କୁ ଯୋଗଯୋଗ କରାଯାଇଥିଲା। ଫିଲ୍ମ ସହ ଯୋଡ଼ିଥିବା ସୂତ୍ରର ଅନୁସାରେ, ଏଥିରେ ଅମିତାଭ ବଚ୍ଚନ ଟାଇଗରଙ୍କ ପିତା ଭୂମିକାରେ ଅଭିନୟ କରିବେ। ଏଥିରେ ଟାଇଗର ଶ୍ରଫଙ୍କ ପିତା ଜ୍ୟାକି ଶ୍ରଫ ଖାସ୍ ଚରିତ୍ରରେ ନଜର ଆସିବେ ବୋଲି କୁହାଯାଇଛି।

ଟାଇଗର ଓ କ୍ରିତି ସାନନଙ୍କ ଗଣପତ ଫିଲ୍ମ ମୋଷ୍ଟ ୱାଣ୍ଟେଣ୍ଡ ଫିଲ୍ମ ମଧ୍ୟରୁ ଗୋଟିଏ। ଏହି ଫିଲ୍ମର ସୁଟିଂ ବହୁତ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଫିଲ୍ମର ପୋଷ୍ଟର ଓ ମୋଶନ ପୋଷ୍ଟର ସାମ୍ନାକୁ ଆସିସାରିଲାଣି। ଟାଇଗର ଶ୍ରଫ୍ ଓ କ୍ରିତି ସାନନଙ୍କ ଏହା ହେଉଛି ଦ୍ୱିତୀୟ ଚଳଚ୍ଚିତ୍ର। ପୂର୍ବରୁ ଦୁହେଁ ଏକାସଙ୍ଗେ ହିରୋପନ୍ତିରେ ନଜର ଆସିଥିଲେ। ଏହି ସିନେମାରେ ଉଭୟଙ୍କ ଯୋଡ଼ିକୁ ପ୍ରଶଂସକମାନେ ବହୁତ ଭଲ ପାଇବା ଦେଇଥିଲେ।

ଦୁଇଟି ପାର୍ଟରେ ହେବାକୁ ଥିବା ଫିଲ୍ମ ‘ଗଣପତ’ରେ ଟାଇଗର ଶ୍ରଫ୍ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମରେ ଟାଇଗର ଜଣେ ବକ୍ସର ଚରିତ୍ରରେ ନଜର ଆସିବେ। ତାଙ୍କର ଅନସ୍କ୍ରିନ ପିତା ମଧ୍ୟ ଆରମ୍ଭରେ ବକ୍ସର ଥିଲେ। ଏହି ଚରିତ୍ରର ସ୍କ୍ରିପ୍ଟର ମହତ୍ତ୍ୱପୂର୍ଣ୍ଣ ଅଂଶ। ନିର୍ମାତା ଏହି ଚରିତ୍ର ପାଇଁ ଅମିତାଭ ବଚ୍ଚନଙ୍କୁ ନେବା ପାଇଁ ଏକ୍ସାଇଟେଡ଼ ଅଛନ୍ତି। ଦୀର୍ଘ ଦିନ ଧରି ଖବର ଆସିଥିଲା ଯେ, ଟାଇଗରଙ୍କ ପିତା ଜ୍ୟାକି ଶ୍ରଫ୍ ମଧ୍ୟ ଖାସ୍ ଭୂମିକାରେ ନଜର ଆସିବାର ଥିଲା। ମାତ୍ର ଏବେ ଖବର ମିଳିଛି ଯେ ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ଟାଇଗରଙ୍କ ପିତା ଭୂମିକା ତୁଲାଇବେ।

ଏହି ଭିତରେ ଫିଲ୍ମର ଏକ ବଡ଼ ପାର୍ଟର ସୁଟିଂ ୟୁକେରେ କରାଯିବ। ଟାଇଗର ଓ କୃତି ଫିଲ୍ମର ସୁଟିଂ ପାଇଁ ଲଣ୍ଡନ ପହଞ୍ଚି ସାରିଲେଣି। ଯଦି ସବୁ କିଛି ଠିକ୍ ରହିଲା ତାହେଲେ ବିଗ୍ ବି ଏବଂ ଟାଇଗର ପ୍ରଥମ ଥର ପାଇଁ ସ୍କ୍ରିନ୍ ସେୟାର କରିବେ।

Leave A Reply

Your email address will not be published.