Latest Odisha News

BREAKING NEWS

ଗୁପ୍ତ ତଥ୍ୟ ଯୋଗାଇଥିବା ୩ ନୌସେନା ଅଧିକାରୀଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ଶତ୍ରୁ ଦେଶକୁ ଗୁପ୍ତ ତଥ୍ୟ ଯୋଗାଇବା ଅଭିଯୋଗରେ ଆଜି ସିବିଆଇ ୩ଜଣ ନୌସେନା ଅଧିକାରୀଙ୍କୁ ଗିରଫ କରିଛି । ଭାରତର ଏକ ବୁଡା ଜାହାଜର ଆଧୁନିକୀକରଣର ତଥ୍ୟ ସେମାନେ ଲିକ୍ କରାଇଥିଲେ । ଏଥିରେ ୨ଜଣ ଅବସରପ୍ରାପ୍ତ କର୍ମଚାରୀ ଥିବା ବେଳେ ଜଣେ କାର୍ଯ୍ୟରତ କମାଣ୍ଡର ରହିଛନ୍ତି । ଏମାନଙ୍କ ଉପରେ ସନ୍ଦେହ ହେବା ପରେ ଗୋଇନ୍ଦା ବିଭାଗ ସେମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଥିଲା । ବଳିଷ୍ଠ ପ୍ରମାଣ ମିଳିବା ପରେ ସିବିଆଇ ସେମାନଙ୍କୁ ଗିରଫ କରିଥିଲା ।

ମୁମ୍ବାଇ ଡିପୋରେ ଉପରୋକ୍ତ କମାଣ୍ଡର କାର୍ଯ୍ୟ କରୁଥିବା ବେଳେ ଦିଲ୍ଲୀରେ ତଥ୍ୟ ଲିକ୍ କରାଯାଇଥିଲା । ନୌସେନାର ଜଣେ ଭାଇସ ଆଡମିରାଲ ନେତୃତ୍ୱରେ ଅଧିକ ତଦନ୍ତ ଆରମ୍ଭ କରାଯାଇଛି ।

Leave A Reply

Your email address will not be published.