Latest Odisha News

BREAKING NEWS

କଳାହାଣ୍ଡିରୁ ବାଘ ଛାଲ ଜବତ, ୨ ଗିରଫ

କଳାହାଣ୍ଡି: ଓଡ଼ିଶା ବନ୍ୟପ୍ରାଣୀ ଲୋଭରେ ପଡୋଶୀ ତସ୍କରୀ । ଅବାଧରେ ଚାଲିଛି ବାଘ ଛାଲ ଡିଲ୍ । ଓଡ଼ିଶାର ସୀମାବର୍ତ୍ତୀ ଜିଲ୍ଲା କଳାହାଣ୍ଡିରୁ ଜବତ ହେଲା ବାଘ ଛାଲ । ନର୍ଲା ରେଳ ଷ୍ଟେସନ ପାଖରେ ବିକ୍ରି ପାଇଁ ଡିଲ ବେଳେ ଖବର ପାଇ ମାଡ଼ି ବସିଲା ଏସଟିଏଫ ଟିମ୍ । ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତା’ଙ୍କଠାରୁ ପୋଲିସ ଗୋଟିଏ ବାଘ ଛାଲ ସହ ଅପରାଧୀକ ସାମଗ୍ରୀ ଜବତ କରିଛି ।

ସୂଚନା ଅନୁସାରେ, ବିଶେଷ ସୁତ୍ରରୁ ଖବର ପାଇ ନର୍ଲା ରେଳ ଷ୍ଟେସନ ପାଖରେ ବିକ୍ରି ପାଇଁ ଡିଲ ଚାଲିଥିବା ବେଳେ ମାଡି ବସିଥିଲା ଏସଟିଏଫ ଟିମ୍ । ୨ ଅଭିଯୁକ୍ତଙ୍କ ନାଁ ହେଉଛି ତଳବୋରା ଗ୍ରାମର ୪୫ ବର୍ଷୀୟ ଚକରା ବେନାଲ ଓ ପତଙ୍ଗ ପଡା ଗ୍ରାମର ୩୫ ବର୍ଷୀୟ ପୁର୍ଣ୍ଣ ଚନ୍ଦ୍ର ନାଗ ବୋଲି ଜଣାପଡ଼ିଛି । ଏମ ରାମପୁର କୋର୍ଟରେ ଅଭିଯୁକ୍ତକୁ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛି ଏସଟିଏଫ ।

ତେବେ କଳାହାଣ୍ଡି ଭଳି ଜିଲ୍ଲାରୁ ବାରମ୍ବାର ବାଘ ଛାଲ ଜବତ ହେବା ଘଟଣା ଏବେ ବନ୍ୟପ୍ରାଣୀ ବିଭାଗ ଓ ଏସଟିଏଫର ଚିନ୍ତା ବଢ଼ାଇଛି । ଏଭଳି ବଡ଼ ଧରଣର ଡିଲ ପଛରେ ରାଜ୍ୟ ବାହାରର ବନ୍ୟପ୍ରାଣୀ ତସ୍କରୀଙ୍କ ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ମୋଟା ଅଙ୍କର ଟଙ୍କା ଦେଇ ଶିକାରୀ ଓ ବେପାରୀଙ୍କୁ ପ୍ରଭାବିତ କରିଥାଇପାରନ୍ତି । ଏଥିପାଇଁ ଏପରି ଡିମାଣ୍ଡ ଦେଖି ଓଡ଼ିଶାର ଜଙ୍ଗଲରେ ଏପରି ଅବାଧ ଶିକାର ବଢୁଛି ।

Leave A Reply

Your email address will not be published.