Latest Odisha News

ବିଜେଡିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ସନ୍ତୋଷ ଅମାତ

ସୁନ୍ଦରଗଡ଼: ବିଜେଡି ଛାଡ଼ିଲେ ସୁନ୍ଦରଗଡ଼ର ବରିଷ୍ଠ ନେତା ସନ୍ତୋଷ ଅମାତ । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଦେଇଛନ୍ତି । ସେ ତାଙ୍କ ସୋସିଆଆଲ ମିଡିଆ ଆକାଉଣ୍ଟ ଏକ୍ସ ରେ ନିଜ ଇସ୍ତଫା ସମ୍ପର୍କରେ ପୋଷ୍ଟ କରି ଜଣାଇଛନ୍ତି ।

ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରରେ ଦଳ ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କୁ ଓ ଲୋକସଭାରେ ପଦ୍ମଶ୍ରୀ ଦିଲୀପ ତିର୍କୀଙ୍କୁ ପ୍ରାର୍ଥୀ କରିବା ପରେ ସନ୍ତୋଷ ନିରାଶ ହୋଇଥିଲେ । ଏନେଇ ସେ ଦଳ ଛାଡିଥିବା ଚର୍ଚ୍ଚା ହେଉଛି ।

ସନ୍ତୋଷ ଅମାତ ୨୦୧୪ରେ ସେ ବିଜେପିରୁ ତଳସରା ବିଧାନସଭା କ୍ଷେତ୍ରରେ ଲଢ଼ି କଂଗ୍ରେସର ଡ. ପ୍ରଫୁଲ୍ଲ ମାଝିଙ୍କ ଠାରୁ ପରାଜିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ୨୦୧୭ ମାର୍ଚ୍ଚରେ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ । ଏହାପରେ ରାଜ୍ୟ ସରକାର ତାଙ୍କୁ ଦଳର ପ୍ରବକ୍ତା ଭାବେ ନିଯୁକ୍ତି ଦେଇଥିଲେ । ଏହାପରେ ସେ ଦଳର ଅନେକ ପଦ ପଦବୀ ସମ୍ଭାଳିଥନ୍ତି ।

ଚଳିତ ନିର୍ବାଚନରେ ସେ ସୁନ୍ଦରଗଡ଼ ବିଧାନସଭା ହେଉ କି ଲୋକସଭାରେ ଲଢ଼ିବାକୁ ଚାହୁଁଥିଲେ । ହେଲେ ଦଳ ତାଙ୍କୁ ପ୍ରାର୍ଥୀ ନକରି ଦ୍ୱିତୀୟ ଥର ଝଟକା ଦେଇଥିବାରୁ ସେ ଏଥିରେ କ୍ଷୁବ୍ଧ ହୋଇ ଦଳ ଛାଡ଼ିଥିବା କୁହାଯାଉଛି ।

Leave A Reply

Your email address will not be published.