Latest Odisha News

BREAKING NEWS

[ଭିଡିଓ] ଏଣିକି ପ୍ରତି ସପ୍ତାହରେ ଶ୍ରୀମନ୍ଦିର ସୁରକ୍ଷା ବୈଠକ, ନିଆଗଲା ନିଷ୍ପତ୍ତି , ଲାଗିବ ୧୩୫ଟି ସିସିଟିଭି

ଟେମ୍ପୁଲ ପୋଲିସ ସହ ଓଡିଶା ପୋଲିସର ସୁୁରକ୍ଷା କର୍ମୀମାନେ ମୃତୟନ ରହିବେ

ପୁରୀ : ଶ୍ରୀମନ୍ଦିର ଚୁଲିଭଙ୍ଗା ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା ।ଏନେଇ ପୁରୀ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ପଡିଛି । ଶ୍ରୀମନ୍ଦିର ରୋଷଶାଳା ଚୁଲି ଭାଙ୍ଗିଥିବା ଦୁବୃର୍ତ୍ତ ଜେଲ ଯିବା ପରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ପ୍ରଶାସନ । ଶ୍ରୀମନ୍ଦିର ଆଭ୍ୟନ୍ତରୀଣରେ ଅଚଳ ଥିବା ସିସିଟିଭି ଗୁଡିକ ସଚଳ କରାଯିବ ।

ଏବଂ ୧୩୫ଟି ସିସିଟିଭି ଲଗାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏଣିକି ଶ୍ରୀମନ୍ଦିର ଭିତରେ ଜଗନ୍ନାଥ ଟେମ୍ପୁଲ ପୋଲିସ ସହ ଓଡିଶା ପୋଲିସର ସୁୁରକ୍ଷା କର୍ମୀମାନେ ମୃତୟନ ରହିବେ ।ଶ୍ରୀମନ୍ଦିରକୁ ଶୋଧ କରାଯିବ ।ଏହା ସହ ଶ୍ରୀମନ୍ଦିର ଜେଟିପି ଓ କର୍ମଚାରୀଙ୍କ ଖାଲି ପଡିଥିବା ସ୍ଥାନକୁ ପୁରଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ।ଆଗକୁ ଶ୍ରୀମନ୍ଦିର ସୁରକ୍ଷା ଓ ଭକ୍ତଙ୍କ ଦର୍ଶନକୁ ଦୃଷ୍ଟିରେ ରଖି ପ୍ରତି ସପ୍ତାହରେ ବୈଠକ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ ।

ରୋଷଶାଳା ଚୁଲି ଭଙ୍ଗା ଘଟଣାରେ ୪ ଜଣ ଜେଟିପି କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଛନ୍ତି ।ଏହାକୁ ତର୍ଜମା ପରେ ଉପଯୁକ୍ତ ପଦକ୍ଷେପ ନିଆଯିବ । ଅନ୍ୟପଟେ ଆଜି ଶ୍ରୀମନ୍ଦିର ପ୍ରସାଶନ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ,ଏସପି, ଶ୍ରୀମନ୍ଦିର ପ୍ରଶାସନିକ କର୍ମଚାରୀ ଓ ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Comments are closed.