Latest Odisha News

BREAKING NEWS

ରଥଯାତ୍ରା ନୀତିକାନ୍ତି ପାଇଁ ସମୟ ନିର୍ଘଣ୍ଟ : ସକାଳ ୭ଟା ରେ ପହଣ୍ଡି, ଦିନ ୧୨ଟାରେ ରଥଟଣା

ପୁରୀ : ଆସନ୍ତାକାଲି ହେବାରୁ ଥିବା ଘୋଷଯାତ୍ରା ପାଇଁ ନୀତିକାନ୍ତି ତାଲିକା ପ୍ରକାଶ ପାଇଛି । ଭୋର ତିନିଟାରେ ହେବ ମଙ୍ଗଳ ଆଳତୀ, ୩ୟା ୧୫ରେ ମଇଲମ, ୩ଟା ୩୦ରେ ତଡପଲାଗି ଅନୁ ହେବ । ସାଢେ ଚାରିଟାରେ ଅବକାଶ ନୀତି ଓ ୪ଟା ୪୫ରେ ସୂର୍ଯ୍ୟ ପୂଜା ହେବ ।

୫ଟା ୩୦ରୁ ୬ଟା ୪୫ ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ସରିବ । ସକାଳ ୭ଟାରେ ଆରମ୍ଭ ହେବ ଶ୍ରୀଜୀଉମାନଙ୍କ ପହଣ୍ଡି । ୧୦ଟା ସୁଦ୍ଧା ରଥକୁ ଆସିବେ ତିନି ଠାକୁର । ଦିନ ୧୧ଟା ୩୦ରୁ ୧୨ଟା ୧୫ ମଧ୍ୟରେ ଗଜପତି ମହାରାଜ ଛେରାପହଁରା କରିବେ । ୧୨ଟା ୩୦ ସୁଦ୍ଧା ଚାରମାଳ ଫିଟା ସହ ଘୋଡା ଓ ସାରଥୀ ଯୋଚା ହେବେ । ଦିନ ୧୨ଟାରେ ଆରମ୍ଭ ହେବ ରଥ ଟଣା ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଚଳିତ ବର୍ଷ ବିନା ଭକ୍ତରେ ଟଣା ହେବ ତିନି ରଥ ।

Leave A Reply

Your email address will not be published.