Latest Odisha News

BREAKING NEWS

ଏନସିପି ଛାଡିଲେ ବାଘେଲ : ୫୦ ବର୍ଷ କ୍ୟାରିୟରରେ ୫ଥର

ଗାନ୍ଧୀନଗର: ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଶଙ୍କର ସିଂ ବାଘେଲ ସୋମବାର ଏନସିପି ଦଳରୁ ଇସ୍ତଫା ଦେଇଛନ୍ତି । ସେ ମହାସଚିବ ଦାୟିତ୍ୱରେ ଥିଲେ । ପତ୍ରଲେଖି ସେ ଅଧ୍ୟକ୍ଷ ଶରଦ ପାୱାର ଓ ମହାସଚିବ ପ୍ରଫୁଲ୍ଲ ପଟେଲଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ସୋସିଆଲ ସାଇଟରେ ମଧ୍ୟ ସେ ଦଳ ଛାଡିବା କଥା ଉଲ୍ଲେଖ କରିଛନ୍ତି । ୫୦ ବର୍ଷ କ୍ୟାରିୟର ମଧ୍ୟ ବାଘଲେ ୫ମ ଥର ପାଇଁ ଦଳ ଛାଡିଛନ୍ତି ।

ଦୀର୍ଘଦିନ ଧରି କଂଗ୍ରେସରେ ରହିବା ପରେ ୨୦୧୯ରେ ଏନସିପିରେ ଯୋଗ ଦେଇଥିଲେ । ଦଳର କାର୍ଯ୍ୟକର୍ତା ଓ ନେତାଙ୍କ କାର୍ଯ୍ୟକଳାପରେ ସେ ଅସନ୍ତୁଷ୍ଟ ଥିଲେ । ସେ ପ୍ରଥମେ ବିଜେପି (ଜନସଂଘ)ରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ କଂଗ୍ରେସରେ ଯୋଗ ଦେଇଥିଲେ । ୨୦୧୭ରେ କଂଗ୍ରେସ ଛାଡି ଜନ ବିକଳ୍ପ ପାର୍ଟି ତିଆରି କରିଥିଲେ । ବର୍ଷକ ମଧ୍ୟରେ ସେ ଏଥିରୁ ମଧ୍ୟ ଇସ୍ତଫା ଦେଇଥିଲେ । ଏବେ ସେ କେଉଁ ଦଳକୁ ଯିବେ ତାହା ସ୍ପଷ୍ଟ କରି ନାହାନ୍ତି ।

Leave A Reply

Your email address will not be published.