ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟ ନିର୍ବାଚନରେ କେଉଁଠି କିଏ ଗଢ଼ିବ ସରକାର ? ପ୍ରଚାର ମୈଦାନ ଏବେ କମ୍ପୁଛି । ଏହାରି ଭିତରେ ସାମନାକୁ ଆସିଛି ଟାଇମ୍ସ ନାଓ-ସିଭୋଟର ଓପିନିଅନ୍ ପୋଲ୍ । ପଶ୍ଚିମବଙ୍ଗରେ ଦିଦି ପୁଣି ଗଢ଼ିବେ ସରକାର । ମମତା ବାନାାର୍ଜୀଙ୍କ ନେତୃତ୍ୱରେ ବେଙ୍ଗଲରେ ଟିଏମସି କ୍ଷମତା ବଜାୟ ରଖିବ । ଆକଳନ କହୁଛି ୨୯୪ ବିଧାନସଭା ଆସନରୁ ଟିଏମସି ୧୫୪, ବିଜେପିକୁ ୧୦୭ଟି ଆସନ ମିଳିବ । ସରକାର ଗଢ଼ି ନପାରିଲେ ମଧ୍ୟ ବିଜେପି ୨୦୧୬ ତୁଳନାରେ ଅଧିକ ସିଟ୍ ହାତେଇବ । କଂଗ୍ରେସ-ବାମ ଦଳ ମେଣ୍ଟକୁ ଯାଇପାରେ ୩୩ଟି ଆସନ ।
ତାମିଲନାଡୁରେ କ୍ଷମତା ପରିବର୍ତ୍ତନ
ତାମିଲନାଡୁରେ ସରକାର ଗଢ଼ିବ ୟୁପିଏ ମେଣ୍ଟ । ନାଇମ୍ସ ନାଓ ସର୍ଭେ ଅନୁସାରେ ଡିଏମକେ-କଂଗ୍ରେସ ମେଣ୍ଟ ସପକ୍ଷରେ ଯିବା ଜନାଦେଶ । ୨୩୪ ବିଧାନସଭା ଆସନରୁ ୟୁପିଏକୁ ୧୫୮, ଏନଡିଏକୁ ୬୫ ଓ ଅନ୍ୟାନ୍ୟ ଦଳଙ୍କୁ ୧୧ଟି ସିଟ୍ ମିଳିପାରେ ।
ଆସାମରେ କାଣ୍ଟେ କା ଟକ୍କର
ଟାଇମ୍ସ ନାଓ ଓପିନିଅନ୍ ପୋଲ୍ କହୁଛି, ଆସାମରେ ପୁଣି ଥରେ କ୍ଷମତା ବଜାୟ ରଖିବ । କିନ୍ତୁ କାଣ୍ଟେ କା ଟକ୍କର ହେବ । ୧୨୬ ବିଧାନସଭା ଆସନ ବିଶିଷ୍ଟ ଆସାମରେ ଏନଡିଏ ମେଣ୍ଟକୁ ୬୭ ଓ ୟୁପିଏକୁ ମିଳିପାରେ ୫୭ଟି ସିଟ୍ । ଅନ୍ୟାନ୍ୟ ଦଳ ୨ଟି ଆସନରେ ବିଜୟୀ ହୋଇପାରନ୍ତି ।
କେରଳରେ ଏଲଡିଏଫ୍ ସରକାର
କେରଳରେ ପୁଣି ଥରେ ଶାସନ ଗାଦିରେ ବସିବ ଏଲଡିଏଫ୍ । ୧୪୦ ଆସନରୁ ଏଲଡିଏଫ୍ ୮୨, ୟୁଡିଏଫକୁ ୫୬ ଓ ଅନ୍ୟାନ୍ୟ ଦଳଙ୍କୁ ମିଳିପାରେ ଗୋଟିଏ ସିଟ୍ ।
ପୁଡୁଚେରୀରେ ଏନଡିଏ ସରକାର
ପୁଡୁଚେରୀରେ କଂଗ୍ରେସକୁ ଝଟକା ଲାଗିପାରେ । ସେଠାରେ ସରକାର ଗଢ଼ିପାରେ ଏନଡିଏ ମେଣ୍ଟ । ବିରୋଧୀ ସିଟରେ ବସିବ ୟୁପିଏ ମେଣ୍ଟ । ୩୦ ବିଧାନସଭା ଆସନରୁ ନାଇମ୍ସ ନାଓ ସର୍ଭେ ଏନଡିଏକୁ ୧୮ ଓ ୟୁପିଏ ମେଣ୍ଟକୁ ଦେଇଛି ୧୨ଟି ସିଟ୍ ମିଳିବ ବୋଲି କହିଛି ।
BREAKING NEWS
- Turkman Gate Violence: ତୁର୍କମାନ ଗେଟ୍ ହିଂସା ମାମଲାରେ ବଡ ଖୁଲାସା;ରାଜନୈତିକ ସମ୍ପର୍କ ଏବଂ ବାହାର ପଥର ଫିଙ୍ଗାଳିଙ୍କ ସମ୍ପୃକ୍ତି…
- ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଭିତରେ ଅଣହିନ୍ଦୁ ପ୍ରବେଶ;ତାଙ୍କୁ ନେଇଥିବା ବ୍ୟକ୍ତି ଅଟକ…
- କେଳୁଚରଣ କୀର୍ତ୍ତି ଶତକମ୍ :ଉନ୍ମୋଚନ ହେବ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ୱେବସାଇଟ
- ‘Atal Van’ at Lok Bhavan: ଲୋକଭବନରେ ‘ଅଟଳ ବନ’କୁ ଉଦଘାଟନ କଲେ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ
- ହୋଟେଲ ଭିତରେ କରୁଥିଲେ କାମ,ପଶି ଆସିଲା ଟ୍ରାକ୍ଟର;ଚାଲିଗଲା ୨ଜଣଙ୍କ ଜୀବନ
- ଆକଳନଠାରୁ କମ୍ ବିଡିଂ ମେମୋର ପୁନଃବିଚାର ପାଇଁ ଦାବି
- ଋଷ ତୈଳ ଟ୍ୟାଙ୍କରକୁ କବଜା କଲା ଆମେରିକା!
- ଚାଲାଣ ଥିଲେ ପଲ୍ୟୁସନ ସାର୍ଟିଫିକେଟ ନ ମିଳିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ବେଆଇନ;ବିଜୁ ଯୁବ ଛାତ୍ର ଜନତା ଦଳର ଆନ୍ଦୋଳନ ଡାକରା
- ଧୂରନ୍ଧର ଅକ୍ଷୟ ଖାଆନ୍ତି ନାହିଁ ଜଳଖିଆ
- ବେକରେ ବିରଳ ସାପ ଧରି ବୁଲୁଥିଲେ ଯୁବକ, ଖାଇଲେ ଚୋଟ
Comments are closed.