Latest Odisha News

BREAKING NEWS

ଶରୀର ଭିତରେ ଛୋଟ ରୋବୋଟ ଖୋଜିବ ରୋଗ

ନୂଆଦିଲ୍ଲୀ: ଚିକିତ୍ସା ବିଜ୍ଞାନରେ ଦିନକୁ ଦିନ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି । ଏହା ଦ୍ୱାରା ଅନେକ ଅସାଧ୍ୟ ରୋଗ ଭଲ ହୋଇପାରୁଛି । ଏବେ ବ୍ରିଟେନ ଓ ଜାପାନର ବୈଜ୍ଞାନିକମାନେ ନ୍ୟାନୋ ରୋବୋଟ ପ୍ରସ୍ତୁତି କରିଛନ୍ତି । ଏହି ଛୋଟ ଛୋଟ ରୋବୋଟକ ୁ ଶରୀର ମଧ୍ୟରେ ପ୍ରବେଶ କରାଇ ରୋଗ ଏବଂ ଏହାର ସମାଧାନ ଖୋଜା ଯାଇପାରିବ । ଏହି ରୋବୋଟରେ କ୍ୟାମେରା ଏବଂ ସେନ୍ସର ଲାଗିଥିବା ଫଳରେ ସବୁ କିଛି ବାହାରେ ସ୍ପଷ୍ଟ ଭାବେ ଦେଖିହେବ । କ୍ୟାପସୁଲ ଆକାରର ଏହି ରୋବୋଟକୁ ପାଟି ବାଟେ ଖିଆ ଯାଇପାରିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ପରୀକ୍ଷଣ ମୂଷାଙ୍କ ଉପରେ କରାଯାଇଥିଲା ଏବଂ ଏହା ସଫଳ ହୋଇଛି ।

BjdElectrycity

ମୂଷାଙ୍କ ମୂତ୍ରାଶୟରେ ଏହାକୁ ପ୍ରବେଶ କରାଯାଇ ପରୀକ୍ଷଣ କରାଯାଇଥିଲା । ଏବେ ଏହା ଖୁବ ଶୀଘ୍ର ମନୁଷ୍ୟଙ୍କ ଉପରେ ପରୀକ୍ଷଣ କରାଯିବ । ଯଦି ସବୁ କିଛି ଠିକଠାକ ରୁହେ ତାହାହେଲେ ରୋଗୀମାନେ ଯନ୍ତ୍ରଣାଦାୟକ ପରୀକ୍ଷଣରୁ ବଂଚିପାରିବେ । ଅନ୍ୟ ପକ୍ଷରେ ଡାକ୍ତରମାନେ ରୋଗୀ ଏବଂ ରୋଗ ସମ୍ପର୍କରେ ଭଲ ଭାବେ ଜାଣିପାରିବେ । ଏପିକି ଆବଶ୍ୟକ ପଡିଲେ ଏହି ରୋବୋଟ ମଧ୍ୟମରେ ଔଷଧକୁ ସିଧାସଳଖ ଶରୀର ମଧ୍ୟକୁ ପ୍ରବେଶ କରାଯାଇ ପାରିବ । ସମ୍ପୂର୍ଣ୍ଣ ପର୍ଯ୍ୟାୟରେ ରୋଗୀଙ୍କୁ ଆଉ ବେହୋଶ କରାଇବା ଆବଶ୍ୟକ ପଡିବ ନାହିଁ ।

Leave A Reply

Your email address will not be published.