ଶୀତଦିନେ ବହୁଥିବା ଶୀତୁଆ ପବନ ତ୍ୱଚାକୁ ରୁକ୍ଷ କରିଦେଇଥାଏ । ଥଣ୍ଡା ପବନ ସାଙ୍ଗକୁ ବାୟୁମଣ୍ଡଳରେ ଆର୍ଦତାର ପରିମାଣ କମି ଯାଉଥିବାରୁ ତ୍ୱଚା ଡ୍ରାଏ ହୋଇଯାଏ । ତେଣୁ ଏହି ସମୟରେ କୋମଳମତି ଶିଶୁମାନଙ୍କର ଅଧିକ ମାତ୍ରାରେ ଯତ୍ନ ନେବା ଆବଶ୍ୟକ ହୋଇଥାଏ । ଏହି ସମୟରେ ଶିଶୁମାନଙ୍କ ମଧ୍ୟରେ ଦେଖାଯାଉଥିବା ରୁକ୍ଷତାର କାରଣ…
ସାଧାରଣତଃ ଶିଶୁମାନେ ଡାଇପର ପିନ୍ଧିଥାଆନ୍ତି । ଯଦି ସେମାନେ ଦରକାରୀଠାରୁ ଅଧିକ ବଡ଼ ମାପର ଡାଇପର୍ ପିନ୍ଧାଇ ଦିଆଯାଏ, ତା’ ହେଲେ ତାହା ଘଷି ହୋଇ ଖଣ୍ଡିଆ ହେଶଇଯାଏ । ଏପରିକି ଘରେ ତିବା ସମୟରେ ଶିଶୁକୁ ଡାଇପର ନ ପିନ୍ଧାଇଲେ ତ୍ୱଚା ନରମ ରହିବ ।
ଶୀତଦିନେ ସାଧାରଣତଃ ଶିଶୁକୁ ଥଣ୍ଡା ଧରିବା ଫଳରେ ନାକକୁ ବାରମ୍ବାର ପୋଛିବାକୁ ହୋଇଥାଏ । ଯାହାଫଳରେ ନାକ ଲାଲ୍ ହୋଇ ଖଣ୍ଡିଆ ହେବାର ସମ୍ଭାବନା ମଧ୍ୟ ଥାଏ । ଏପରିକି ଥଣ୍ଡା ପବନ ବାଜି ଶିଶୁର ଗାଲ ରୁକ୍ଷ ଦେଖାଯିବା ସହିତ ଲାଲ୍ ଦେଖାଯାଇଥାଏ ।
ଏସବୁରୁ ଶିଶୁକୁ ବଞ୍ଚେଇ ରଖିବାକୁ ହେଲେ ବଜାରରୁ ଭଲ ତେଲ ଆଣି ପୁରା ଦେହରେ ମାଲିସ୍ କରନ୍ତୁ । ଶୀତଦିନେ ୨/୩ ଥର ତେଲ ମାଲିସ କରନ୍ତୁ । ଯାହାଫଳରେ ତ୍ୱଚା ନରମ ଓ କୋମଳ ରହିବ । ଶୀତଦିନରେ ଶିଶୁକୁ ଉଷୁମ ପାଣିରେ ଗାଧୋଇ ଦିଅନ୍ତୁ । ଏପରିକି ପ୍ରତିଦିନ ମୁଣ୍ଡ ଧୁଅନ୍ତୁ ନାହିଁ । ଅଲିଭ୍ ଅଏଲ୍ ଓ ଆଲ୍ମଣ୍ଡ୍ ଅଏଲ୍ ମିଶିଥିବା ମଶ୍ଚରାଇଜର,ଗାଧୋଇବା ପାଣିରେ ମେଥି, ସୋରିଷ ଆଦି ପକାଇଲେ ତାହା ଶିଶୁ ଦେହରେ ଥିବା ପ୍ରାକୃତିକ ତୈଳକୁ ବଜାୟ ରଖିବାରେ ସହୟକ ହେବ
Comments are closed.