Latest Odisha News

BREAKING NEWS

ବିରୋଧୀ, ସରକାରଙ୍କ ରଣନୀତି ପ୍ରସ୍ତୁତ: ଆଜିଠୁ ବିଧାନସଭା ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର: ବିଧାନସଭାର ଶୀତ ଅଧିବେଶନ ଆଜିଠୁ ଆରମ୍ଭ ହୋଇ ଆସନ୍ତା ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାକୁ ନେଇ ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

BjdElectrycity

ଆଗାମୀ ନିର୍ବାଚନ ପୂର୍ବରୁ ଏହା ବିଧାନସଭାର ଶେଷ ପୂର୍ଣ୍ଣାଙ୍ଗ ଅଧିବେଶନ ହେବ । ଏହି ଶୀତକାଳୀନ ଅଧିବେଶନରେ ୩୦ଟି କାର୍ଯ୍ୟ ଦିବସ ରହିଛି । ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଥିବାବେଳେ ଶାସକଦଳ ମଧ୍ୟ ମୁକାବିଲା ପାଇଁ ପ୍ରସ୍ତୁତି କରି ଆସୁଛନ୍ତି ।

ବିଧାନସଭା ଅଧିବେଶନ ପୂର୍ବରୁ ଅର୍ଥାତ ଗତକାଲି ବିଜେପି ବିଧାୟକ ଦଳର ଏକ ବୈଠକ ବସିଥିଲା । ବୈଠକରେ ସରକାରଙ୍କୁ କେଉଁ ପ୍ରସଙ୍ଗରେ ଘେରିବେ ସେଏ ନେଇ ଆଲୋଚନା ହୋଇଥିଲା । ଆଜି ଅଧିବେଶନ ପୂର୍ବରୁ ବିଜେଡି ଓ କଂଗ୍ରେସ ବିଧାୟକ ଦଳ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି ।

ଅନ୍ୟପକ୍ଷେ ଅଧିବେଶନର ପୂର୍ବରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହ ଚାଲିବା ପାଇଁ ସବୁଦଳର ସହଯୋଗ ଲୋଡିଛନ୍ତି । ଏଥର ବି ବିଧାନସଭା ଅଧିବେଶନ ସରଗରମ ହେବା ଅନୁମାନ କରାଯାଉଛି ।

ତେବେ ବିଧାନସଭା ଆରମ୍ଭରେ ଆଜି ଉପ ବାଚସ୍ପତି ନିର୍ବାଚନ କରାଯିବ । ଏଥିପାଇଁ ସାଲୁଗା ପ୍ରଧାନ ଗତକାଲି ତାଙ୍କର ନାମାନଙ୍କନ ପତ୍ର ଦାଖଲ କରିଛନ୍ତି । ସେ ଏକମାତ୍ର ପ୍ରାର୍ଥୀ ହୋଇଥିବାକୁ ସେ ଉପବାଚସ୍ପତି ହେବା ଏକପ୍ରକାର ନିଶ୍ଚିତ ହୋଇଛି । ବିଧାନସଭା ଅଧିବେଶନକୁ ଦୃଷ୍ଟିରେ ରଖି ୨୮ ପ୍ଲାଟୁନ ଫୋର୍ସ ମୁତୟନ କରାଯିବାର ବ୍ୟବସ୍ଥା କରାଯାଇଛି । ଏଥିରେ ଯେଉଁଥିରେ ଜଣେ ଡିସିପି, ଆଠ ଅତିରିକ୍ତ ଡିସିପି, ୧୬ ଏସିପି, ବମ୍ ସ୍କ୍ବାର୍ଡ, ୨୦ ଜଣ ଇନ୍ସପେକ୍ଟର ଦାୟିତ୍ୱରେ ରହିବେ।

ଶାନ୍ତିଶୃଙ୍ଖଳାର ସହ ଅଧିବେଶନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯିବା ନେଇ ଡିଜିପି ସୁନୀଲ ବଂଶଲ ସୋମବାର ବ୍ୟକ୍ତିଗତ ଭାବେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ବିଧାନସଭା ଚାରିପାଖରେ ଟ୍ରାଫିକ୍ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଭୁବନେଶ୍ୱର ପୁଲିସ ପକ୍ଷରୁ ଟ୍ରାଫିକ୍ ମାର୍ଗଦର୍ଶିକା ଜାରି କରାଯାଇଛି।

Leave A Reply

Your email address will not be published.