Latest Odisha News

BREAKING NEWS

ଆଜି ପବିତ୍ର ଅଁଳା ନବମୀ : ସାକ୍ଷୀଗୋପାଳରେ ଓଡିଆଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀରାଧା

ପୁରୀ : ଆଜି ପବିତ୍ର ଅଁଳାନବମୀ  । ରାଧାପାଦ ଦର୍ଶନ ଲାଗି ପୁରୀ ଜିଲ୍ଲା ସାକ୍ଷୀଗୋପାଳର ସାକ୍ଷୀଗୋପୀନାଥ ମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି । ନୀତିକାନ୍ତି ସରିବା ପରେ ଭୋର୍ ୫ଟାରୁ ଭକ୍ତମାନେ ଧାଡି ବାନ୍ଧି ରାଧା ପାଦ ଦର୍ଶନ କରୁଛନ୍ତି । ବିଶ୍ବାସ ରହିଛି ଏହି ଦିନ ରାଧା ପାଦ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ଫଳ ମିଳିଥାଏ  ।

ରାତି ୩ଟାରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତୀ, ଅବକାଶ ନୀତି କରାଯିବା ପରେ ସାକ୍ଷୀ ଗୋପୀନାଥ ଓ ରାଧାରାଣୀଙ୍କୁ ରାଧା ଦାମୋଦର ବେଶରେ ସୁସଜ୍ଜିତ କରାଯାଇଛି। ବର୍ଷକ ମଧ୍ୟରେ ଥରେ ମାତ୍ର ଭକ୍ତ ମାନେ ଏହି ଦର୍ଶନର ସୌଭାଗ୍ୟ ପାଇଥାନ୍ତି । ସେପଟେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି  । ସାକ୍ଷୀଗୋପାଳ ମନ୍ଦିରରେ ୨୦ ପ୍ଲାଟୁନ ଫୋର୍ସ , ଦୁଇ ଜଣ ଏସପି , ୯ ଜଣ ଡିଏସପି ମୂତୟନ ହୋଇଛନ୍ତି  ।

Leave A Reply

Your email address will not be published.