Latest Odisha News

BREAKING NEWS

ଆଜି ଭାରତ-ପାକିସ୍ତାନ କଡ୍ଡା ମୁକାବିଲା, ରୋହିତ୍ ଦେଖାଇବେ କମାଲ୍

ଦୁବାଇ: ଏସିଆ କପରେ ଆଜି ପୁଣି ହେଉଛି ଭାରତ-ପାକିସ୍ତାନ ଟକ୍କର୍ । କପ୍ତାନ ରୋହିତ ଶର୍ମାଙ୍କ ମେନ-ଇନ-ବ୍ଲୁ ଦଳ ବେଶ୍ ଉତ୍ସାହିତ ରହିଛନ୍ତି । କାରଣ ଭାରତ ଲିଗ୍ ମ୍ୟାଚରେ ଚିର ଶତ୍ରୁ ପାକିସ୍ତାକୁ ଶୋଚନୀୟ ଭାବେ ପରାସ୍ତ କରି ଦୃଢ ଆତ୍ମବିଶ୍ୱାସ ହାସଲ କରିସାରିଛି ।

କ୍ରିକେଟର ସବୁ ଫର୍ମାଟରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ ମ୍ୟାଚକୁ ବିଶ୍ୱର ସମସ୍ତ କ୍ରିକେଟପ୍ରେମୀ ଦେଖିବାକୁ ବେଶ୍ ତତ୍ପର ରହିଥାନ୍ତି । ତେବେ ଆଜିର ମ୍ୟାଚ ପୂର୍ବରୁ ଭାରତର ପଲା ଭାରୀ ରହିଛି ।

କାରଣ ଭାରତ ସମସ୍ତ ମ୍ୟାଚରେ ବୀଜୟୀ ହେବା ସହିତ ପଡ଼ୋଶୀ ପାକିସ୍ତାନକୁ ପୂର୍ବ ମ୍ୟାଚରେ ଅନାୟସରେ ୮ ୱିକେଟରେ ଏକ ସହଜ ବିଜୟ ହାସଲ କରିପାରିଛି ।

ତେବେ ଶୁକ୍ରବାର ଭାରତ ବାଂଲାଦେଶକୁ ସହଜରେ ପରାସ୍ତ କରିଥିବା ବେଳେ ପାକିସ୍ତାନ ନୂଆ କ୍ରିକେଟ ଖେଳୁଥିବା ଆଫଗାନିସ୍ତାନଠୁ ନିଶ୍ଚିତ ପରାଜୟ ମୁହଁରୁ ବର୍ତ୍ତି ଅଳ୍ପକେ ବୀଜୟ ହାସଲ କରିପାରିଛି ।

ଆଜିର ମ୍ୟାଚରେ ପାକିସ୍ତାନ ଘାଇଲା ବାଘ ପରି ଖେଳିବାକୁ ଚେଷ୍ଟାକଲେ ମଧ୍ୟ କପ୍ତାନ ରୋହିତ ତାଙ୍କର ଅସଲ ଖେଳ ଦେଖାଇବେ ବୋଲି ଗଣମାଧ୍ୟମକୁ ମ୍ୟାଚର ଅବ୍ୟବହିତ ପୂର୍ବରୁ କହିଛନ୍ତି ।

ଦଳ ଖୁବ୍ ସନ୍ତୁଳିତ ଅବସ୍ଥାରେ ରହିଛି, ଉଭୟ ବ୍ୟାଟିଂ ଓ ବୋଲିଂରେ ଖେଳାଳିମାନେ ଭଲ ପ୍ରଦର୍ଶନ କରୁଛନ୍ତି । ଆଜି ପାକିସ୍ତାନକୁ ମଧ୍ୟ ଆମେ ପରାସ୍ତ କରିବାକୁ ସବୁମତେ ଚେଷ୍ଟା କରିବୁ ବୋଲି ଅଧିନାୟକ ତଥା ଧୁଆଁଧାର ଓପନର୍ ରୋହିତ ଶର୍ମା କହିଛନ୍ତି ।

Leave A Reply

Your email address will not be published.