Latest Odisha News

BREAKING NEWS

ସିନ୍ଦୂର – ଶାରୀରିକ ସୁସ୍ଥତାର ମହାଷୌଧି…

ବାହାଘର ପରେ ମହିଳାଙ୍କ ମଥାରେ ସିନ୍ଦୂର ଲଗାଇବାର ପରମ୍ପରା ହିନ୍ଦୁ ଧର୍ମରେ ପ୍ରଚଳିତ । ଏହା ସଧବାର ପ୍ରତୀକ ଏବଂ ପ୍ରତ୍ୟେକ ବିବାହିତ ମହିଳା ପାଇଁ ଏହାଠାରୁ ମୂଲ୍ୟବାନ୍ ଜିନିଷ ଆଉ କିଛି ନାହିଁ ।

ତେବେ ଆପଣ କ’ଣ ଜାଣନ୍ତି ସିନ୍ଦୂର ସ୍ୱାସ୍ଥ୍ୟ ପାଇଁ ବହୁ ବିଶେଷତ୍ୱ ବହନ କରିଥାଏ !
– ମହିଳାମାନେ ମଥାର ଯେଉଁ ଭାଗରେ ସିନ୍ଦୂର ଲଗାନ୍ତି, ସେଠାରେ ଏକ ବିଶେଷ ଗ୍ରନ୍ଥି ରହିଥାଏ । ଯାହାକୁ ବ୍ରହ୍ମରନ୍ଧ୍ର କୁହାଯାଏ । ଏହି ସ୍ଥାନଟି ଅତ୍ୟନ୍ତ ସମ୍ବେଦନଶୀଳ ଅଟେ ।


– ବ୍ରହ୍ମରନ୍ଧ୍ରରେ ସିନ୍ଦୂର ଲଗାଇଲେ ସ୍ତ୍ରୀଲୋକଙ୍କର ମାନସିକ ଅସ୍ଥିରତା ଦୂର ହୁଏ । ମସ୍ତିଷ୍କ ସମ୍ବନ୍ଧୀୟ ରୋଗର ଆଶଙ୍କା ମଧ୍ୟ କମିଯାଏ ।

ରକ୍ତଚାପକୁ ସ୍ୱାଭାବିକ କରିଥାଏ ଲାଲ୍ ସିନ୍ଦୂର
ଶାସ୍ତ୍ର ଅନୁସାରେ ଲାଲ୍ ରଙ୍ଗ ଶୁଭ ଏବଂ ସୌଭାଗ୍ୟର ପ୍ରତୀକ ଅଟେ । ଯେଉଁ ମହିଳାମାନେ ସିନ୍ଦୂର ଭାବେ ଏହି ରଙ୍ଗକୁ ଧାରଣ କରିଥାଆନ୍ତି ସେମାନେ ସୌଭାଗ୍ୟବତୀ ହୋଇପାରନ୍ତି ।

ଯେଉଁ ଘରେ ମହିଳାମାନେ ମଥାରେ ସିନ୍ଦୂର ଧାରଣ କରିଥାଆନ୍ତି ସେଠାରେ ଦେବୀ ଲକ୍ଷ୍ମୀ ଅବସ୍ଥାନ କରନ୍ତି ବୋଲି ବିଶ୍ୱାସ ରହିଛି । ଏହି ସିନ୍ଦୂର ମହିଳାଙ୍କୁ ନକାରାତ୍ମକ ଏବଂ କୁଶକ୍ତି ପ୍ରଭାବରୁ ରକ୍ଷା କରିଥାଏ ।

 

ଏମିତିରେ ତ ମହିଳାମାନେ ପ୍ରତିଦିନ ମଥାରେ ସିନ୍ଦୂର ଲଗାଇଥାଆନ୍ତି, କିନ୍ତୁ କୌଣସି ବିଶେଷ ଦିବସ ବା ପର୍ବପର୍ବାଣି, ଉତ୍ସବ ସମୟରେ ସ୍ୱାମୀମାନେ ସ୍ତ୍ରୀ ମଥାରେ ସିନ୍ଦୂର ଲଗାଇବା ଉଚିତ୍ ।

ଏହାଦ୍ୱାରା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥାଏ । ସିନ୍ଦୂର ଦ୍ୱାରା ମହିଳାଙ୍କ ଏକାଗ୍ରତା ବଢ଼ିବା ସହ ମନର ଅଶାନ୍ତି ଦୂର ହୋଇପାରେ ।

Leave A Reply

Your email address will not be published.