Latest Odisha News

BREAKING NEWS

କୋରାପୁଟ: ୨ଟି ଜଙ୍ଗଲୀ ଭାଲୁ ଆକ୍ରମଣରେ ମହିଳା ଗୁରୁତର

କୋରାପୁଟ: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ବାରଗାଁ ଗ୍ରାମରେ ୨ଟି ଜଙ୍ଗଲୀ ଭାଲୁ ଜଣେ ମହିଳାଙ୍କୁ ଆକ୍ରମଣ କରିବା ଫଳରେ ମହିଳା ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି ।

ମହିଳା ଜଣକ ବାରଗାଁ ଗ୍ରାମର ଡ଼ି ତେଜେଶ୍ୱରୀ ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନାନୁଯାୟୀ, ତେଜେଶ୍ୱରୀ ଜଙ୍ଗଲ ନିକଟସ୍ଥ ତାଙ୍କ କ୍ଷେତରେ କାମ କରୁଥିବା ବେଳେ ୨ଟି ଜଙ୍ଗଲୀ ଭାଲୁ ତାଙ୍କ ଉପରେ ଅତର୍କୀତ ଭାବେ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ । ଏହି ଭାଲୁ ଆକ୍ରମଣରେ ତେଜେଶ୍ୱରୀ ଗୁରୁତର ଭାବେ ଆହତ ହୋଇଛନ୍ତି ।

ତାଙ୍କୁ ଭାଲୁ ଆକ୍ରମଣ କରୁଥିବା ଦେଖି ତାଙ୍କ ପରିବାର ଲୋକେ ଧାଇଁଆସି ତାଙ୍କୁ ଉଦ୍ଧାର କରିଥିଲେ । ତୁରନ୍ତ ତାଙ୍କୁ ଚିକିତ୍ସା ନିମନ୍ତେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ତେବେ ମହିଳାଙ୍କ ମୁଣ୍ଡ, ମୁହଁ ଏବଂ ଗୋଡ଼ରେ ଭୀଷଣ କ୍ଷତ ସୃଷ୍ଟି ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.