Latest Odisha News

BREAKING NEWS

ଆଜି ୧୧ଟି ଜିଲ୍ଲାରେ ସଟ୍ ଡାଉନର ଆଜି ଦ୍ୱିତୀୟ ଦିନ

ଭୁବନେଶ୍ୱର : ୧୧ଟି ଜିଲ୍ଲାରେ ସପ୍ତାହକୁ ଦୁଇ ଦିନ ପାଳନ କରାଯାଉଥିବା ସଟ୍ ଡାଉନର ଆଜି ଦ୍ୱିତୀୟ ଦିନ । ଗତକାଲି କେବଳ ପୁରୀକୁ କଟକଣା ମୁକ୍ତ କରାଯାଇଛି । କିନ୍ତୁ ଅନ୍ୟ ସବୁ ଜିଲ୍ଲାରେ ସଟ୍‌ଡାଉନର ପ୍ରଭାବ ରହିଛି । ଗତକାଲି ପ୍ରଥମ ଦିନରେ ଲୋକେ ସଟ୍ ଡାଉନ ମାନି ଘରେ ରହିଥିବା ଦେଖିବାକୁ ମିଳିଥିଲା ।

ସବୁଠୁ ଅଧିକ ସଂକ୍ରମିତ ଜିଲ୍ଲା ଗଂଜାମ, ପୁରୀ, ନୟାଗଡ, କଟକ, ଜଗତସିଂପୁର, ଖୋର୍ଦ୍ଧା, ନୟାଗଡ, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ ବଲାଙ୍ଗିରରେ ଶନିବାର ଓ ରବିବାର ଦୁଇ ଦିନ ସଟ୍ ଡାଉନ ପାଳନ ହେଉଛି । ସଟ୍ ଡାଉନ ବେଳେ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହୁଛି । ଡାକ୍ତରଖାନା, ବିଦ୍ୟୁତ, ଜଳ ଯୋଗାଣ, ଏଟିଏମ୍ ଆଦି ଖୋଲା ରହିଛି । ଏୟାରପୋର୍ଟ, ରେଳ ଷ୍ଟେସନ, ବସ୍ ଟର୍ମିନାଲ ବନ୍ଦ ରହିବ ନାହିଁ । ସ୍ୱିଗି ଓ ଜମାଟୋର ଡେଲିଭରି ବୟ ଖାଦ୍ୟ ଡେଲିଭରି କରିପାରିବେ ।

ଟ୍ୟାକ୍ସି ଓ ଅଟୋ ତଥା ଅନ୍ୟ ଜରୁରୀକାଳୀନ ସେବାରେ ଥିବା ବ୍ୟକ୍ତି ପୋଲିସ ଦେଇଥିବା ପାସ୍ ବ୍ୟବହାର କରିପାରିବେ । ବାହାଘର ଓ ଶେଷକୃତ୍ୟ ପାଇଁ ପୋଲିସର ପାସ୍ ଜରୁରୀ । ଜରୁରୀକାଳୀନ ସ୍ଥିତିରେ ୧୦୦କୁ ଡାଏଲ କରି ପାସ ପାଇପାରିବେ ।

Leave A Reply

Your email address will not be published.