Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ 

ତା ୭-୬-୨୦୨୦ ରବିବାର

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୨୦ ମସିହା ଜୁନ  ତା ୭ ରିଖ ରବିବାର ବୃଷ ୨୫ ଦିନ  ଆଷାଢ ମାସ କୃଷ୍ଣ ପକ୍ଷ  ଦ୍ବିତୀୟା  ତିଥି  ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର 
ଘାତ ବାର-: ମେଷ ରାଶିର
ଘାତ ଚନ୍ଦ୍ର-: ତୁଳା , କୁମ୍ଭ ରାଶିର ପୁରୁଷ ଓ  ବୃଷ ମିଥୁନ  ରାଶି ମହିଳାଙ୍କର
ଆଜି:  ବୋଇତି କଖାରୁ  ଖାଇବା ନିଷେଧ 
ମେଷ:
ମାନସିକ ଅଶାନ୍ତି ଓ ପାରିବାରିକ କଳହ ଦେଖା ଦେବ । ଅପରାହ୍ନରେ କୌଣସି ଶୁଭ ଖବର ପାଇ ମନ ଖୁସି ରହିବ । ମହିଳାମାନେ ଯଗି ରଖି ଚଳନ୍ତୁ ଶାରୀରିକ ପୀଡା ଅନୁଭବ କରିବେ । ବିବାଦୀୟ ଘଟଣାରେ ନିରବତା ଅବଲମ୍ବନ କରନ୍ତୁ ।
ବୃଷ:
ଗୁପ୍ତ ଶତୃ ଭୟ ମନକୁ ବ୍ୟତିବସ୍ତ କରାଇବ ।କର୍ମ କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କର ସାହାଯ୍ୟ ସହାନୁଭୂତି ପାଇବେ ନାହିଁ ।ଅପ୍ରିୟ କଥାବାର୍ତ୍ତା କରନ୍ତୁ ନାହିଁ ।ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ଦେଖା ଦେବ । ବିଦ୍ୟାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ନାହିଁ ।
ମିଥୁନ:
ପ୍ରତ୍ୟେକଟି ଦିଗରୁ ସଫଳତା ମିଳିବ ।ଶତୃମାନେ ପରାଜିତ ହେବେ ।ସନ୍ତାନ ସନ୍ତତି ମାନଙ୍କ କାର୍ଯ୍ୟ ଆପଣଙ୍କୁ ଆନନ୍ଦ ପ୍ରଦାନ କରିବ ।ବ୍ଯବସାୟୀମାନେ ବ୍ୟବସାୟରେ ଲାଭବାନ ହେବେ । ମହିଳାମାନେ ଶାନ୍ତି ଅନୁଭବ କରିବେ ।
କର୍କଟ :
ମାଲି ମକଦମାରେ ବିଜୟୀ ହେବେ । ପୂର୍ବର ଶତୃମାନେ ପରାଜିତ ହେବେ ।ସ୍ଵାଦିଷ୍ଟ ଭୋଜନ ମିଳିବ । ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ। ରାଜନୀତିଜ୍ଞମାନେ ପ୍ରଶଂସନୀୟ ହେବେ ।
ସିଂହ:
ପ୍ରତେକଟି କାର୍ଯ୍ୟରେ ବାଧା ବିଘ୍ନ ଦେଖା ଦେଇପାରେ ।ଅଜଣା ଅଶୁଣା ବ୍ଯକ୍ତିଠାରୁ ଦୂରେଇ ରହନ୍ତୁ । ଗୃହ ବିବାଦ ଭାତୃ ସମ୍ପର୍କକୁ ନେଇ ଚିନ୍ତିତ ହେବେ । ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ ନାହିଁ । ମହିଳାମାନେ ଅପମାନିତ ସମାଲୋଚିତ ହେବେ ।
କନ୍ୟା:
ଶରୀର ଅସୁସ୍ଥ ଓ ମନ ଅସ୍ଥିର ରହିବ ।ପ୍ରତ୍ୟେକ କ୍ଷେତ୍ରରେ ବିଫଳତା ଓ ବାଦବିବାଦ ଦେଖା  ଦେବ ।ଯାତ୍ରାରେ ସତର୍କତା ଅବଲମ୍ବନ କରନ୍ତୁ କାରଣ ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ଅମନ ଯୋଗି ହେବେ ।
ତୁଳା:
ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବେ ।ପାରିବାରିକ ଜୀବନ ସୁଖମୟ ହେବ ।ସ୍ଵାଦିଷ୍ଟ ଭୋଜନ ମିଳିବ ଓ ସଞ୍ଚିତ ଅର୍ଥ ବୃଦ୍ଧି ପାଇବ ।ବ୍ଯବସାୟରେ ପୂର୍ବ ଅପେକ୍ଷା ଆଶାନୁରୂପ ଲାଭବାନ ହେବେ ।ମହିଳାମାନେ ଯଶସ୍ବୀ ହେବେ ।
ବିଛା:
ନିଜ ଲୋକମାନଙ୍କ ସହ ହସ ଖୁସିରେ ଦିନଟି କଟାଇବେ ।କାର୍ଯ୍ୟ କ୍ଷେତ୍ରରେ ସୁସମ୍ପର୍କ ବୃଦ୍ଧି ପାଇବ ।ବନ୍ଧୁ ଦର୍ଶନର ସୁଯୋଗ ରହିଛି ।ଧନ ଜନ ମାନ ସମ୍ମାନ ଏସବୁର ଅଧିକାରୀ ହେବେ ।ଲକ୍ଷ୍ୟ ସ୍ଥଳରେ ନିର୍ବିଘ୍ନରେ ପହଞ୍ଚିବେ । ଯାନବାହନ ଲାଭ ହେବ ।
ଧନୁ: 
ବିବାଦୀୟ ଘଟଣାରେ ବିଜୟୀ ହେବେ ।ଅପରାହ୍ନରେ କୌଣସି ଶୁଭ ଖବର ପାଇ ମନ ଆନନ୍ଦିତ  ହେବ । ଶରୀରର ସୁସ୍ଥ ରହିବ  ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ।ମହିଳାମାନେ ଅପମାନିତ ସମାଲୋଚିତ ହେବେ ।
ମକର:
ପାରିବାରିକ ସମ୍ପର୍କରେ ଭୁଲ ବୁଝାମଣା ଦେଖା ଦେବ । ମହିଳାମାନେ ପରିବାରରେ ଚିନ୍ତିତ ହେବେ । ଯାତ୍ରାରେ ସତର୍କତା ଅବଲମ୍ବନ କରନ୍ତୁ  ଯାତ୍ରା କଷ୍ଟ ଦାୟକ ହେବ । ବିଦ୍ୟାର୍ଥୀମାନେ ବିଦ୍ୟାରେ ସଫଳତା ପାଇବେ ନାହିଁ । ଗୁପ୍ତ ଶତୃମାନେ ସକ୍ରୀୟ ହୋଇ ଉଠିବେ ।
କୁମ୍ଭ:
ଆଜି ଦିନଟି ସମ୍ପୁର୍ଣ୍ଣ ଭଲରେ କଟିବ   । ଯୋଜନାନୁଯାୟୀ କାମ କରି ସେଥିରେ ସଫଳତା ପାଇବେ ।ବନ୍ଧୁ ଦର୍ଶନର ସୁଯୋଗ ରହିଛି ।ପ୍ରେମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ । ବ୍ୟବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ ।
ମୀନ :
ଅପ୍ରିୟ ସତ୍ୟ କଥା କହି ଦୋଷି ସାବ୍ଯସ୍ତ ହୋଇପାରନ୍ତି ।ମହିଳାମାନେ ପ୍ରତ୍ୟେକଟି କାର୍ଯ୍ଯରେ  ସଫଳତା  ଲାଭ କରିବେ ।ଶରୀରର ଯେକୌଣସି ଅଙ୍ଗରେ ଆଘାତ ଲାଗି ପାରେ ।ଛାତ୍ରଛାତ୍ରୀମାନେ ତ୍ସୃଖଳିତ ହେବେ । ବ୍ଯବସାୟରେ ସ୍ଥିରତା ରହିବଆଶାନୁରୂପ ଲାଭବାନ ହେବେ ।
ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର  ( ମୋବାଇଲ: 9437225434 )
Leave A Reply

Your email address will not be published.