Latest Odisha News

ମିଶନ ହ୍ୱାଇଟ୍ ହାଉସ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନ ନେଇ ଆଜି ଭୋଟ୍

ଓ୍ୱାଶିଂଟନ୍: କିଏ ହେବେ ଆମେରିକାର ୪୬ତମ ରାଷ୍ଟ୍ରପତି ?  ଡୋନାଲ୍‌ଡ ଟ୍ରମ୍ପ ନା ଜୋ ବିଡେନ୍‌ ? କାହା ଦଖଲକୁ ଯିବ ହ୍ଵାଇଟ୍‌ ହାଉସ୍‌ ? ଆଜି ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାରେ ରାଷ୍ଟ୍ରପତି ନିର୍ବଚନ ଅନୁଷ୍ଠିତ ହେଉଛି । ଏହାର ଫଳାଫଳ ଉପରେ ସାରା ବିଶ୍ୱର ନଜର ରହିଛି ।

୫୦ ରାଜ୍ୟର ମତଦାତା ହ୍ଵାଇଟ୍‌ ହାଉସ୍‌ ପାଇଁ ନେତା ନିର୍ବାଚନ କରିବେ । ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢୁଛନ୍ତି ବର୍ତ୍ତମାନର ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍‌ଡ ଟ୍ରମ୍ପ । ତାଙ୍କ ବିପକ୍ଷରେ ଅଛନ୍ତି ଡେମୋକ୍ରାଟିକ୍ ପାର୍ଟିର ଜୋ ବିଡେନ୍ ।

ସେହିପରି ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ରିପବ୍ଲିକାନ ପାର୍ଟିରୁ ମାଇକ୍‌ ପେନ୍‌ସ ଓ ଡେମୋକ୍ରାଟିକ୍‌ ପାର୍ଟିର କମଲା ହାରିସଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି ।

ସର୍ଭେ ରିପୋର୍ଟ ଅନୁସାରେ ଟ୍ରମ୍ପଙ୍କଠାରୁ ଆଗରେ ଅଛନ୍ତି ଜୋ ବିଡେନ୍‌ । ୨୦୩ଟି ସ୍ଥାନରେ ଜୋ ବିଡେନ୍‌ଙ୍କ ପଲ୍ଲା ଭାରି ରହିଛି । ୧୨୫ଟି ସ୍ଥାନରେ ଟ୍ରମ୍ପ ଆଗରେ ରହିଛନ୍ତି । ୨୧୦ଟି ସ୍ଥାନରେ କଡା ମୁକାବିଲା ଦେଖିବାକୁ ମିଳିପାରେ ।

Comments are closed.