ସମରକନ୍ଦ: ବିଶ୍ବରେ ଯୁଦ୍ଧ ଜରୁରୀ ନୁହେଁ । ଶାନ୍ତି ଜରୁରୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନା ବେଳେ ଯୁଦ୍ଧ ପାଇଁ ଏବେ ସମୟ ନୁହେଁ ବୋଲି ସିଧା ସିଧା କହିଛନ୍ତି । ପୁଟିନଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ୟୁକ୍ରେନ ସହ ଯୁଦ୍ଧ ଆଜିର ସମୟରେ ଠିକ୍ ନୁହେଁ । ବିଶ୍ବରେ ଅନେକ ସମସ୍ୟା ରହିଛି । ଖାଦ୍ୟ ସମସ୍ୟା, ତୈଳ ସମସ୍ୟା, କୃଷକଙ୍କ ପାଇଁ ସାର ସମସ୍ୟାରେ ଏବେ ବିଶ୍ବବାସୀ ଚିନ୍ତାରେ ଅଛନ୍ତି । ଏଭଳି ସମୟରେ ଯୁଦ୍ଧ କରିବା ଠିକ୍ ନୁହେଁ ବୋଲି ମୋଦି ପୁଟିନଙ୍କୁ କହିଛନ୍ତି ।
"Today's era is not of war", PM Modi tells Putin during bilateral meeting
Read @ANI Story | https://t.co/4XSB8JpMTr#PMModi #SCOSummit2022 #Putin #Bilateralmeet #NoWar pic.twitter.com/Xcr2LtM8i8
— ANI Digital (@ani_digital) September 16, 2022
ପୁଟିନଙ୍କ ସହ ଆଲୋଚନା ସମୟରେ ୟୁକ୍ରେନ ସହ କଥା ହୋଇ ଶାନ୍ତିର ରାସ୍ତା ବାହାର କରିବାକୁ ମୋଦି ପରାମର୍ଶ ଦେଇଛନ୍ତି । ବର୍ଷ ବର୍ଷ ଧରି ଋଷ ଏବଂ ଭାରତ ବନ୍ଧୁତାରେ ବିଶ୍ବାସ ରଖି କାର୍ଯ୍ୟ କରୁଥିବା ମୋଦି କହିଛନ୍ତି । ଯୁଦ୍ଧ ପରେ ପ୍ରଥମ ଥର ପୁଟିନଙ୍କ ସହ ମୁହାଁମୁହିଁ ସାକ୍ଷାତ ବେଳେ ମୋଦି ଆହୁରି କହିଥିଲେ ଯେ ଆମର ଛାତ୍ରମାନଙ୍କୁ ସୁରକ୍ଷିତ ଭାବେ ଦେଶକୁ ଛାଡିବାରେ ସହଯୋଗ କରିଥିବାରୁ ଦୁଇ ଦେଶକୁ ଭାରତ ଧନ୍ୟବାଦ ଦେଉଛି ।
Had a wonderful meeting with President Putin. We got the opportunity to discuss furthering India-Russia cooperation in sectors such as trade, energy, defence and more. We also discussed other bilateral and global issues. pic.twitter.com/iHW5jkKOW0
— Narendra Modi (@narendramodi) September 16, 2022
ମୋଦିଙ୍କ କଥା ଶୁଣି ପୁଟିନ କହିଥିଲେ, ୟୁକ୍ରେନ ସହ ଯୁଦ୍ଧ ନେଇ ଆପଣଙ୍କ କହୁଥିବା କଥା ମୁଁ ବୁଝିପାରୁଛି । ଆପଣ ଯାହା କହୁଛନ୍ତି ସେହି ଦିଗରେ ଆମେ ମଧ୍ୟ କାର୍ଯ୍ୟ କରୁଛୁ । ଶୀଘ୍ର ଯୁଦ୍ଧ ସମାପ୍ତ ହେବା ଆମେ ମଧ୍ୟ ଚାହୁଁଛୁ । ଆଗାମୀ ଦିନରେ ଯାହା ସବୁ ନିଷ୍ପତ୍ତି ନିଆଯିବ ତାହା ଉପରେ ସବିଶେଷ ତଥ୍ୟ ମଧ୍ୟ ଆପଣଙ୍କୁ ଆମେ ଜଣାଇବୁ ।
#WATCH | I know about your position on the conflict in Ukraine & also about your concerns. We want all of this to end as soon as possible. We will keep you abreast of what is happening there: Russian President Putin during a bilateral meet with PM Modi
(Source: DD) pic.twitter.com/jkSBQzcqtO
— ANI (@ANI) September 16, 2022
ସମରକନ୍ଦଠାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ସଫଳ ହୋଇଥିବା ଦୁଇ ଦେଶ ପକ୍ଷରୁ କୁହାଯାଇଛି । ଏହି ଅବସରରେ ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀ ର ପରବର୍ତ୍ତି ମୁଖ୍ୟ ପାଇଁ ଭାରତକୁ ଅଭିନନ୍ଦନ ଜଣାଇଥିଲେ ପୁଟିନ । ପୁଟିନ ମଧ୍ୟ ମୋଦୀଙ୍କୁ ରୁଷ ଗସ୍ତ ପାଇଁ ନିମନ୍ତ୍ରଣ କରିଛନ୍ତି । ଏସସିଓର ଏବେ 8ଟି ଦେଶ ସଦସ୍ୟ ଅଛନ୍ତି । । ଭାରତ ଏଥିରେ 2017ରୁ ସଦସ୍ୟ ଅଛି । ଆହୁରି 10ଟି ଦେଶ ଅତିଥି ସଦସ୍ୟ ଭାବେ ଭାଗନେଇଛନ୍ତି । ଆଗାମୀ ଦିନରେ ଏସସିଓରେ ସଦସ୍ୟ ସଂଖ୍ୟା ବୃଦ୍ଧି ହୋଇପାରେ ।
PM Modi & Russian President Putin appreciated the sustained momentum in bilateral ties, incl contacts at various levels. President Putin expressed appreciation for PM's video-message at the Eastern Economic Forum in Vladivostok earlier this month: MEA pic.twitter.com/a98S5Msx5i
— ANI (@ANI) September 16, 2022
ଏହି ବୈଠକ ଉପରେ ସମଗ୍ର ବିଶ୍ବର ଆଖି ରହିଛି । ବିଶେଷ କରି ୟୁକ୍ରେନ ମଧ୍ୟ ଚାହୁଁଛି ଯୁଦ୍ଧ ସମାପ୍ତ ହେଉ । ଏଠାରୁ ପୁଟିନ ଋଷ ଫେରିବା ପରେ ଯୁଦ୍ଧ ବନ୍ଦ ନେଇ ଘୋଷଣା କରିପାରନ୍ତି । ସେପଟେ ଭାରତ ସରକାର ରୁଷ ସହିତ ନିଜର ପୁରୁଣା ସମ୍ପର୍କକୁ ବଜାୟ ରଖିଥିବାରୁ ଆମେରିକା ଭାରତ ପ୍ରତି କଣ ପ୍ରତିକ୍ରିୟା ଦେଉଛି ତାହା ପରେ ଜଣାପଡିବ ।
Comments are closed.