Latest Odisha News

BREAKING NEWS

ଭେଜ୍ ଥାଳିର ଦାମ ବଢ଼ିଛି ୮ ପ୍ରତିଶତ, ନନ୍ ଭେଜ୍ ଥାଳି କମିଛି ୪ ପ୍ରତିଶତ…

ନୂଆଦିଲ୍ଲୀ: ଆଳୁ, ପିଆଜ ଏବଂ ଟମାଟୋର ମୂଲ୍ୟ ବୃଦ୍ଧି ଯୋଗୁ ଏପ୍ରିଲ ମାସରେ ୮ ପ୍ରତିଶତ ମହଙ୍ଗା ହୋଇଛି ଶାକାହାରୀ ଥାଳି । କ୍ରିସିଲ ରିପୋର୍ଟ ଅନୁସାରେ ଗତବର୍ଷ ଏପ୍ରିଲ ମାସରେ ଭେଜ୍ ଥାଳିର ମୂଲ୍ୟ ୨୫.୪ ଟଙ୍କା ଥିବା ବେଳେ ଚଳିତବର୍ଷ ଏପ୍ରିଲ ମାସରେ ଭେଜ୍ ଥାଳିର ମୂଲ୍ୟ ୨୭.୪ ଟଙ୍କାକୁ ବୃଦ୍ଧି ପାଇଛି ।

ରୋଟୀ ରାଇସ୍ ରେଟ୍ ଇଣ୍ଡେକ୍ସ ରିପୋର୍ଟ ପ୍ରକାଶ କରିଛି ରେଟିଂ ଏଜେନ୍ସି କ୍ରିସିଲ । ରିପୋର୍ଟ ଅନୁଯାୟୀ, ଏପ୍ରିଲ୍ ମାସରେ ଭେଜ୍ ଥାଳି ୮ ପ୍ରତିଶତ ମହଙ୍ଗା ହୋଇଥିବା ବେଳେ ନନ୍ ଭେଜ୍ ଥାଳି ୪ ପ୍ରତିଶତ ଶସ୍ତା ହୋଇଛି । କ୍ରିସିଲ ରିପୋର୍ଟ ଅନୁଯାୟୀ, ଟମାଟୋ, ଆଳୁ ଏବଂ ପିଆଜ ମୂଲ୍ୟରେ ବୃଦ୍ଧି ହେତୁ ଚଳିତବର୍ଷ ଏପ୍ରିଲରେ ଭେଜ୍ ଥାଳି ୮ ପ୍ରତିଶତ ମହଙ୍ଗା ହୋଇ ୨୭.୪ ଟଙ୍କା ହୋଇଛି । ତେବେ ଗତବର୍ଷ ଏପ୍ରିଲ୍ ମାସରେ ଭେଜ୍ ଥାଳି ୨୫.୪ ଟଙ୍କା ଥିଲା । ସେହି ଭେଜ୍ ଥାଳିରେ ରୁଟି, ତରକାରୀ (ପିଆଜ, ଟମାଟୋ ଏବଂ ଆଳୁ), ଭାତ, ଡାଲି, ଦହି ଏବଂ ସାଲାଡ୍ ରହୁଛି ।

ଗୋଟିଏ ପଟେ ଭେଜ୍ ଥାଳି ମହଙ୍ଗା ହୋଇଥିବା ବେଳେ ନନ୍ ଭେଜ୍ ଖାଇବାକୁ ପସନ୍ଦ କରୁଥିବା ବ୍ୟକ୍ତିଙ୍କୁ ପାଇଁ ଖୁସି ଖବର । ନନ୍ ଭେଜ୍ ଥାଳିର ମୂଲ୍ୟ ଚଳିତବର୍ଷ ଏପ୍ରିଲ୍ ରେ ୫୮.୯ ରୁ ୫୬.୩ ଟଙ୍କାକୁ ହ୍ରାସ ପାଇଛି । ତେବେ ଗତବର୍ଷ ଏପ୍ରିଲ ମାସରେ ନନ୍ ଭେଜ୍ ଥାଳିର ମୂଲ୍ୟ ୫୪.୯ ଥିଲା । କ୍ରିସିଲ ରିପୋର୍ଟ ଅନୁସାରେ, ରବି ଫସଲ ହ୍ରାସ ହେତୁ ପିଆଜ ଯୋଗାଣ ହ୍ରାସ ପାଇଥିବାବେଳେ ପଶ୍ଚିମବଙ୍ଗରେ ଆଳୁ ଫସଲରେ କ୍ଷତି ଘଟିଛି । ଯେଉଁଥିପାଇଁ ଆଳୁର ମୂଲ୍ୟ ବୃଦ୍ଧି ପାଇଛି। ଗତ ବର୍ଷ ତୁଳନାରେ ଚାଉଳ ଏବଂ ଡାଲିର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଚାଉଳର ମୂଲ୍ୟ ୧୪ ପ୍ରତିଶତ ଏବଂ ଡାଲିର ମୂଲ୍ୟ ୨୦ ପ୍ରତିଶତ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ, ବ୍ରଏଲର ଚିକେନର ମୂଲ୍ୟରେ ୧୨ ପ୍ରତିଶତ ହ୍ରାସ ହେତୁ ନନ୍ ଭେଜ୍ ଥାଳି ଶସ୍ତା ହୋଇଛି । ଏକ ନନ୍ ଭେଜ୍ ଥାଳିରେ ଚିକେନର ଅବଦାନ ୫୦ ପ୍ରତିଶତ ରହିଛି।

 

Leave A Reply

Your email address will not be published.