ନୂଆଦିଲ୍ଲୀ: କୃଷକ ସଙ୍ଗଠନ ପକ୍ଷରୁ ଆସନ୍ତାକାଲି ଭାରତ ବନ୍ଦ୍ ଘୋଷଣା କରାଯାଇଛି। ଏହି ଭାରତ ବନ୍ଦ ଡାକରାକୁ ୧୧ ରାଜନୈତିକ ଦଳ ସମର୍ଥନ କରୁଛନ୍ତି । ଭାରତ ବନ୍ଦ ୮ ତାରିଖ ମଙ୍ଗଳବାର ସକାଳ ୮ରୁ ସନ୍ଧ୍ୟା ପର୍ଯ୍ୟନ୍ତ ପାଳନ କରାଯିବ । ତେବେ ବନ୍ଦ ସମୟରେ କିଛି ଜରୁରୀକାଳୀନ ସେବା ଜାରିରହିବ । ଆମ୍ବୁଲାନ୍ସ ଓ କୌଣସି ବାହାଘର ଗାଡ଼ିକୁ ଅଟକା ଯିବନି । ହେଲେ ଭାରତ ବନ୍ଦ ଦିନ କ୍ଷୀର, ଫଳ, ପନିପରିବା ସେବା ସମ୍ପୁର୍ଣ୍ଣ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ବନ୍ଦ ଦିନ ଦିନ ୩ଟା ଯାଏ ଚକା ଜାମ୍ ରହିବ ।ଶାନ୍ତିପୂର୍ଣ୍ଣ ଭାବରେ ଭାରତ ବନ୍ଦ ପାଳନ କରାଯିବ। ବନ୍ଦ ନେଇ ଆଗାମୀ ବୈଠକ ଡିସେମ୍ବର ୯ରେ ବସିବ। ଏ ନେଇ ଦିଲ୍ଲୀ-ହରିୟାଣା ସିଙ୍ଘୁ ସୀମାରୁ ଚାଷୀ ନେତା ଦର୍ଶନ ପାଲ ସୂଚନା ଦେଇଛନ୍ତି।
BREAKING NEWS
- କେନ୍ଦ୍ର ସରକାରଙ୍କ ‘ପ୍ରଗତି ୫୦’ ଯୋଜନାରେ ସାମିଲ ହେଲା ଭୁବନେଶ୍ୱର ଓ ପୁରୀ
- କୋରାପୁଟରେ ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ: ରେଳ ଚଳାଚଳ ପ୍ରଭାବିତ, ଏକାଧିକ ଟ୍ରେନ୍ ବାତିଲ୍
- ଏଣିକି ଆପାର୍ଟମେଣ୍ଟ କିଣାବିକା ହେବ ସହଜ, ୨୦ ହଜାର ଟଙ୍କାକୁ ଖସିଲା ପଞ୍ଜିକରଣ ଦେୟ
- ଏସିଆନ୍ ଗେମ୍ସରେ ଗୁଲବୀରଙ୍କ ଐତିହାସିକ ସଫଳତା: ୩ ଦିନରେ ଜିତିଲେ ୩ଟି ମେଡାଲ
- Asian Games 2026: ସୁଟିଂରେ ସୁନା ଜିତିଲେ ନୀରୁ
- OSSTET ଗୁଜବକୁ ନେଇ BSEର ଖଣ୍ଡନ, ୩୦ରେ ହେବ ପରୀକ୍ଷା
- CEC’s removal: ଦୁଇ ନିର୍ବାଚନ କମିଶନରଙ୍କୁ କ’ଣ ପଦରୁ ହଟାଇପାରିବେ CEC ଜ୍ଞାନେଶ କୁମାର? ତାଙ୍କୁ ହଟାଇବା ପାଇଁ ବି କ’ଣ ରହିଛି ନିୟମ?
- Drishyam: The Conclusion Craze, ପ୍ରି-ଟିକେଟ୍ ବିକ୍ରିରେ ରେକର୍ଡ
- IT to Auto Rider: ଆଇଟି ଚାକିରି ଛାଡ଼ି ଯୁବତୀ ଚଲାଇଲେ ରାପିଡୋ ଅଟୋ, କହିଲେ, ‘ମିଳୁଛି ଅଧିକ ରୋଜଗାର, ଅଛି ସ୍ବାଧୀନତା…’
- ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ ଡାକରା ଦେଲା ‘ଇଣ୍ଡିଆ’ ମେଣ୍ଟ

Comments are closed.