Latest Odisha News

BREAKING NEWS

ରାଜନୀତି ଆରମ୍ଭ କରିବା ପୂର୍ବରୁ ବଡ ଭାଇଙ୍କ ପାଦ ଛୁଇଁଲେ ରଜନୀକାନ୍ତ

ଚେନ୍ନାଇ: ଦକ୍ଷିଣ ଭାରତର ସୁପରଷ୍ଟାର ରଜନୀକାନ୍ତ ରାଜନୈତିକ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ବଡ ଭାଇ ସତ୍ୟନାରାୟଣ ରାଓ ଗାଏକ୍ୱାଡଙ୍କ ଆଶୀର୍ବାଦ ନେବା ପାଇଁ ରଜନୀକାନ୍ତ ତାଙ୍କ ଘରକୁ ଯାଇଥିଲେ । ବଡ ଭାଇଙ୍କ ପାଦ ଛୁଇଁ ସେ ଏଥିନେଇ ଆଶୀର୍ବାଦ ମାଗିଥିଲେ । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

୩୧ ଡିସେମ୍ବରରେ ରଜନୀକାନ୍ତ ତାଙ୍କ ପାର୍ଟିର ନାମ ଘୋଷଣା କରିବେ । ୧୨ ଡିସେମ୍ବରରେ ରଜନୀକାନ୍ତ ତାଙ୍କ ୭୦ତମ ଜନ୍ମଦିବସ ପାଳନ କରିବେ । ଆମେ କଠିନ ପରିଶ୍ରମ କରିବୁ ଆଉ ଜିତିବୁ ବୋଲି ସେ ତାମିଲରେ ବାର୍ତା ଦେଇଛନ୍ତି । ଏହି ଅବସରରେ ସେ ଜାନୁୟାରୀରୁ ଅନ୍ନାଥେ ଫିଲ୍ମର ଶୁଟିଂ କରିବେ ବୋଲି ଘୋଷଣା କରିଛନ୍ତି ।

Leave A Reply

Your email address will not be published.