Latest Odisha News

BREAKING NEWS

ଆସନ୍ତାକାଲି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ

ଭୁବନେଶ୍ବର: ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ସରିଛି ପ୍ରଚାର । ଏବେ କେବଳ ଭାଗ୍ୟ ନିର୍ଦ୍ଧାରଣର ପାଳି ଆସିଛି।ନେତାମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଆସନ୍ତାକାଲି ପଡିବ ଭୋଟ୍। ଗଞ୍ଜାମ ଜିଲ୍ଲାର ଆସିକା ସମେତ ବଲାଙ୍ଗିର, ସୁନ୍ଦରଗଡ଼,ବରଗଡ଼, ଓ କନ୍ଧମାଳ ଲୋକସଭା ଏବଂ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନରେ ପଡ଼ିବ ଭୋଟ୍।

ସେହିପରି ୩୫ ବିଧାନସଭା ଆସନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ପୂର୍ବତନମନ୍ତ୍ରୀ ଜୁଆଲ ଓରାମ, ନିରଂଜନ ପୁଜାରୀ, ଦିଲ୍ଲୀପ ରାୟ, ପ୍ରଦୀପ ଅମାତ, ସଂଗୀତା ସିଂହଦେଓ, ସୁରେଶ ପୁଜାରୀ, ଦିଲ୍ଲୀପ ତିର୍କୀ, ସୁଶାନ୍ତ ସିଂହ, କନକ ବର୍ଦ୍ଧନ ସିଂହଦେଓ ଭଳି ପ୍ରାର୍ଥୀ ରହିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ ଦେବେ ୭୯ ଲକ୍ଷ ୬୯ ହଜାର ୮୮୭ ଭୋଟର ।ଏଥିପାଇଁ ୯ ହଜାର ୧୬୯ ମତଦାନ କେନ୍ଦ୍ର ରହିଥିବା ବେଳେ ୧ହଜାର ୪୧ ଟି ବୁଥ୍ ମହିଳା ପୋଲିଂ କର୍ମଚାରୀ ଏବଂ ୨୫ଟି ପିଡବ୍ଲୁ କର୍ମଚାରୀଙ୍କ ଦ୍ଵାରା ପରିଚାଳିତ ହେବ । ୧୫ଶହ ୪୧ ଆଦର୍ଶ ବୁଥ ହେବ।

ସେହିପରି ୨୦ ପ୍ରତିଶତ ସମ୍ବେଦନଶୀଳ ବୁଥ ରହିଛି। ଯେଉଁଠି ୧୦୨ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ହେବେ। ୬୦ ପ୍ରତିଶତ ବୁଥରେ ହେବ ଲାଇଭ ଷ୍ଟ୍ରିମିଙ୍ଗ। ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। କିଭଳି ଶାନ୍ତି ଶୃଙ୍ଖଳାର ସହ ମତଦାନ ପାଇଁ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥା ହୋଇଛି।

Leave A Reply

Your email address will not be published.