Latest Odisha News

BREAKING NEWS

କବିତା ନିରନ୍ତର : ଭୁଲ୍‌, ଠିକ୍‌ ଭେଦ 

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’

ଠିକ୍‌ କାମ କଲେ ବଢ଼େ ବିଶ୍ୱାସ
ଭୁଲ୍‌ କଲେ ଅନୁଭୂତି
ଭୁଲ୍‌ ଠିକ୍‌ ଯେଉଁ କାମ କଲେ ବି
ହୁଏନାହିଁ କିଛି କ୍ଷତି

କିଛି ନ କରି ପଡ଼ି ରହିଥିଲେ
ମାଡ଼ିବସେ ଦୁର୍ଗତି
ଭୁଲ୍‌ ଠିକ୍‌ ଭେଦ ପାସୋରି ଦେଇ
କାମ କରୁଥାଉଁ ନିତି

ମିଶାଇ କର୍ମପ୍ରୀତି
ଏହା ତ ଜୀବନ ନୀତି
ମନରେ ନ ରଖୁଁ ଭୀତି

 

Leave A Reply

Your email address will not be published.