Latest Odisha News

BREAKING NEWS

ଆଜି ରାତି ୯ଟାରୁ ପୁରୀରେ ସଟ୍‌ଡାଉନ୍

ପୁରୀ: ସୁପ୍ରିମକୋର୍ଟ ପୁରୀରେ ରଥଯାତ୍ରା ପାଇଁ ସବୁଜ ସଂକେତ ଦେବା ପରେ ଆରମ୍ଭ ହୋଇଛି ରଥଯାତ୍ରା ପ୍ରସ୍ତୁତି । ରଥଯାତ୍ରା ପାଇଁ ରାତି ୯ଟାରୁ ପୁରୀରେ ଜାରି ହେବ କର୍ଫ୍ୟୁ । ଆଜି ରାତି ୯ଟାରୁ ବୁଧବାର ଦିନ ୨ଟା ଯାଏଁ ପୁରୀରେ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ।

ପୁରୀ ବାସିନ୍ଦାଙ୍କୁ ଘରେ ରହିବାକୁ କୁହାଯାଇଛି । ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁଙ୍କୁ ପୁରୀ ଆସିବାକୁ ମନା କରାଯାଇଛି । ରଥଟଣା ବେଳେ ସୁରକ୍ଷା କଡାକଡି କରାଯିବ ଏବଂ ସ୍ଥାନୀୟ ବାସିନ୍ଦା ଏଥିରେ ସାମିଲ ହୋଇପାରିବେ ନାହିଁ । ଏପରିକି ରଥଯାତ୍ରା ଦେଖିବା ପାଇଁ ବଡଦାଣ୍ଡକୁ ପୁରୀ ବାସିନ୍ଦାଙ୍କୁ ଆସିବାକୁ ମନା କରାଯାଇଛି । ଏପରିକି ବଡଦାଣ୍ଡରେ ଥିବା କୋଠା ଉପରୁ ଠିଆ ହୋଇ ରଥଯାତ୍ରା ଦେଖିବା ଉପରେ ପ୍ରଶାସନ କଟକଣା ଲଗାଇଛି । ବଡଦାଣ୍ଡରେ ଥିବା ୧୦୮ଟି କୋଠା ଉପରେ କଟକଣା ଲଗାଯାଇଛି ।

ଏଥର ବିନା ଭକ୍ତରେ କଟକଣା ଭିତରେ ରଥଯାତ୍ରା ଅନୁଷ୍ଠିତ ହେବ । ଏ ନେଇ ସୁପ୍ରିମକୋର୍ଟ ରାୟ ପ୍ରଦାନ କରିଛନ୍ତି ।  ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥ ଯାତ୍ରା ହେବ ନାହିଁ। ଲାଇଭ୍ ଟେଲିକାଷ୍ଟରେ ରଥଯାତ୍ରା ଦେଖିବେ ଭକ୍ତ।

Leave A Reply

Your email address will not be published.