Latest Odisha News

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧. ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଧାନସଭାରେ ଆଜି ବର୍ଷ ୨୦୨୨-୨୩ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି । ୨ଲକ୍ଷ କୋଟିର ପୁର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହୋଇଛି । ଏହି ବଜେଟରେ ଉଦ୍ୟାନ କୃଷି ବିକାଶ ପାଇଁ ୩୧୨ କୋଟି ବ୍ୟୟବରାଦ ହୋଇଥିବା ବେଳେ ମତ୍ସ୍ୟ ଓ ଚାଷୀଙ୍କୁ ପ୍ରୋତ୍ସାହନ ପାଇଁ ଅଧିକ ବ୍ଯୟବରାଦର ପ୍ରାବଧାନ ହୋଇଛି । କୃଷକ ପରିବାରକୁ ଆୟ ସହାୟତା ନିମନ୍ତେ ୧୧୨ କୋଟି ଟଂକାର ବ୍ୟୟବରାଦ ହୋଇଛି । ଡାଲି ଓ ପରିବା ଚାଷୀମାନଙ୍କ ପାଇଁ ଇ-ପଞ୍ଜିକରଣ ବ୍ୟବସ୍ଥା ପାଇଁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି l

Odisha Assembly Adjourned Over Nupur Sharma Statement

୨. ଦଳରୁ ବିଦା ହେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବା ପରେ ଦଳର ମୁଖ୍ୟ ଉଦ୍ଧବ ଠାକରେ ତାଙ୍କୁ ଦଳରୁ ବିଦା କରିଛନ୍ତି । ଦଳୀୟ ସଂଗଠନରେ ଶିବସେନା ନେତା ପଦରୁ ତାଙ୍କୁ ବିଦା କରାଯାଇଛି । ଦଳ ପକ୍ଷରୁ ଏନେଇ ଜଣାଇ ଦିଆଯାଇଛି ।

୩. ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ଆଜି ବି ୨୦୦ ଉପରେ ରହିଛି । ଗତ ୨୪ ଘଣ୍ଟାରେ ମଧ୍ୟରେ ୨୩୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେପଟେ ସୁରକ୍ଷା ନେଇ ସଚେତନ କରାଯିବା ସହ ଭୁବନେଶ୍ୱର ପରେ ଏବେ କଟକରେ ମାସ୍କ ବାଧ୍ୟତାମୂଳକ କରାଯାଇଛି।

୪. ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଅଲ୍ଟ ନ୍ୟୁଜ୍ ସହ-ପ୍ରତିଷ୍ଠାତା ମହମ୍ମଦ ଜୁବେରଂକୁ ଏକ ବଡ ଝଟକା ଦେଇଛନ୍ତି | କୋର୍ଟ, ଜୁବେରଂକ ଜାମିନ ଆବେଦନକୁ ଖାରଜ କରି ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି।  ଟ୍ୱିଟରରେ ଆପତ୍ତିଜନକ ପୋଷ୍ଟ ଲେଖିଥିବାରୁ ଜୁନ୍ ୨୭ରେ ଅଲ୍ଟ ନ୍ୟୁଜ୍ ସହ-ପ୍ରତିଷ୍ଠାତା ମହମ୍ମଦ ଜୁବେର୍ ଗିରଫ ହୋଇଥିଲେ l

୫. ପୁଣି ଭାଙ୍ଗିଦେଲେ ପୁରୀ ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି । ୨୦ରୁ ଅଧିକ ଚୁଲି କୌଣସି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଜଣାପଡିଛି । ଆଡ଼ପ ଅବଢ଼ା ରନ୍ଧା ପାଇଁ ପ୍ରସ୍ତୁତ ହୋଇଥିଲା ଚୁଲି । ତେବେ ଏହାକୁ କେହି ଭାଙ୍ଗିଥିବା ଅଭିଯୋଗ ଆଣିଛନ୍ତି ସୁଆର ସେବାୟତ ।

୬. ଭୁବନେଶ୍ୱରର ବିଜେବି କଲେଜ ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ଯୁକ୍ତ ୩ ପ୍ରଥମ ବର୍ଷର କଳା ବିଭାଗର ଛାତ୍ରୀ ହୋଇଥିବା ସୂଚନା ମିଳିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ସେ ଆତ୍ମହତ୍ୟା କରିଥିବା ପ୍ରାଥମିକ ପର୍ଯ୍ୟାୟରୁ ଜଣାପଡିଛି । ଘଟଣାସ୍ଥଳରେ ବରଗଡ଼ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 ୭. ଉତ୍ତର ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ଆସନ୍ତା ୪ ତାରିଖ ବେଳକୁ ଏକ ଲଘୁଚାପ ‌କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆସନ୍ତା ୪ ତାରିଖରେ ରାଜ୍ୟର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ୨ ଓ ୩ ତାରିଖରେ ମଧ୍ୟ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

 

୮. ଶରଧାବାଲିରେ ତିନି ରଥ । ସକାଳୁ ସକାଳୁ ରଥ ଉପରେ ଚତୁର୍ଦ୍ଧାମୁରତୀଙ୍କ ସମସ୍ତ ନୀତିକାନ୍ତି କରାଯାଇଛି । ଆଳତୀ ସହ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ଚାଲିଛି । ସନ୍ଧ୍ୟାରେ ଆଡପ ମଣ୍ଡପ ବିଜେ । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ ହୋଇଛି। ରଥରୁ ଗୋଟି ପହଣ୍ଡିରେ ଯାଇ ଜନ୍ମବେଦୀରେ ବିରାଜମାନ କରିବେ ଚତୁର୍ଦ୍ଧା ବିଗ୍ରହ ।

୯.ଦିଲ୍ଲୀ ପରେ ପଞ୍ଜାବର ମାଗଣା ହେଲା ବିଜୁଳି ସେବା । ୩୦୦ ୟୁନିଟ ପର୍ଯ୍ୟନ୍ତ ବ୍ୟବହାର କଲେ ଏହି ମାଗଣା ସେବା ଯୋଗାଇ ଦିଆଯିବ । ତେବେ ଏହି ମାଗଣା ବିଜୁଳି ପାଇଁ କେତେକ ସର୍ତ ମଧ୍ୟ ରଖିଛନ୍ତି ଭଗୱନ୍ତ ମାନ୍ ସରକାର ।

୧୦. ବନ୍ୟାରେ ଉବୁଟୁବୁ ଆସାମ l ଜଳବନ୍ଦୀରେ ୨୯ ଲକ୍ଷ ଲୋକ l ବନ୍ୟା ବିଭୀଷିକା ସାଙ୍ଗକୁ ଭୂସ୍ଖଳନ ଯୋଗୁଁ ଆସାମରେ ବ୍ୟାପକ ଭାବେ କ୍ଷୟକ୍ଷତି ହୋଇଛି l କରିମଗଂଜରେ ରାସ୍ତା ଧସିଯିବାରୁ ଯାତାୟତ ପ୍ରଭାବିତ ହୋଇଥିବାର ଖବର ରହିଛି l

୧୧.ଧୋନୀଙ୍କ ଭରସା ଗାଁ ବଇଦ l ରାଞ୍ଚିରେ ଆୟୁର୍ବେଦିକ ବଇଦଙ୍କ ଠାରୁ ଆଣ୍ଠୁ ଚିକିତ୍ସା କରାଉଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ୍ ଧୋନୀ l ସେ ନିଜେ ବଇଦଙ୍କ ପାଖକୁ ଯାଇ ଆଣ୍ଠୁର ଚିକିତ୍ସା କରାଉଛନ୍ତି।

୧୨. ଆଜି ବିଶ୍ବ କ୍ରୀଡ଼ା ସାମ୍ବାଦିକତା ଦିବସ l ପ୍ରତିବର୍ଷ ଜୁଲାଇ ୨ ତାରିଖରେ ବିଶ୍ବ କ୍ରୀଡ଼ା ସାମ୍ବାଦିକତା ଦିବସ ପାଳିତ ହୋଇଥାଏ। କ୍ରୀଡ଼ା ସାମ୍ବାଦିକତାର ଗୁରୁତ୍ବ ତଥା କ୍ରୀଡ଼ା ସାମ୍ବାଦିକମାନଙ୍କର କାର୍ଯ୍ୟ ପ୍ରତି ସଚେତନତା ସୃ‌ଷ୍ଟି କରିବା ଏହି ଦିବସରେ ପ୍ରମୁଖ ଉଦ୍ଦେଶ୍ୟ।

୧୩. ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ତାପସୀ ପନ୍ନୁ ବର୍ତ୍ତମାନ ଶୀର୍ଷରେ । ବଲିଉଡରେ ଧମାଲ କରୁଛନ୍ତି ତାପସୀ । ‘ସାବାସ୍‌ ମିଠୁ’ର ବଜେଟକୁ ନେଇ ସେ ଏକ ଖୁଲାସା କରିଛନ୍ତି l ସେ କହିଛନ୍ତି ଯେ ଅଭିନେତାଙ୍କ ଫି’ ଠାରୁ ଅଭିନେତ୍ରୀଙ୍କର ରହିଛି ଅଧିକା ରହିଛି ।

 

୧୪. ହାଇଦ୍ରାବଦରେ ଅନୁଷ୍ଠିତ ହେଉଥିବା ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି l ଏହି ବୈଠକରେ ଦଳର ଆଗାମୀ ଭବିଷ୍ୟତକୁ ଆଖି ଆଗରେ ରଖି ବ୍ୟାପକ ଆଲୋଚନା ହେବ ବୋଲି ଜଣାପଡିଛି l

୧୫. ଓଟିଟି ପ୍ଲାଟଫର୍ମରେ ଫିଲ୍ମ ରିଲିଜ୍ ନେଇ ଅଭିନେତା ପ୍ରଭାସ ତାଂକ ପ୍ରତିକ୍ରିୟା ରଖିଛନ୍ତି l ନିଜର ଫିଲ୍ମ କେବଳ ବଡ଼ ପରଦାରେ ରିଲିଜ୍ ହେବାକୁ ପସନ୍ଦ କରୁଥିବା କହିଛନ୍ତି ପ୍ରଭାସ। ଏବେ ୩ରୁ ୪ବର୍ଷ ପର୍ଯନ୍ତ ଓଟିଟି ରିଲିଜ୍ ଘଟଣାକୁ ସେ ନାପସନ୍ଦ କରିଛନ୍ତି। ଏହା ପୂର୍ବରୁ ଓଟିଟିରେ ରିଲିଜ ନେଇ, ଜନ୍ ଅବ୍ରାହମ ମଧ୍ୟ ଅନିଚ୍ଛା ପ୍ରକାଶ କରିଥିଲେ।

 

 

 

 

Leave A Reply

Your email address will not be published.