Latest Odisha News

BREAKING NEWS

ପାକିସ୍ତାନରେ ଜେଲରେ ବନ୍ଦୀ ଅଛନ୍ତି ୬୮୨ ଜଣ ଭାରତୀୟ

ନୂଆଦିଲ୍ଲୀ: ପାକିସ୍ତାନ ଜେଲରେ ବନ୍ଦୀ ଅଛନ୍ତି ୬୮୨ ଜଣ ଭାରତୀୟ । ଶୁକ୍ରବାର ପାକିସ୍ତାନ ସରକାର ଇସଲାମାବାଦରେ ଅବସ୍ଥାପିତ ଭାରତୀୟ ହାଇକମିଶନଙ୍କୁ ଏହି ସୂଚନା ଦେଇଛନ୍ତି । ବନ୍ଦୀ ମାନଙ୍କ ଭିତରେ ରହିଛନ୍ତି ୪୯ ଜଣ ସାଧାରଣ ନାଗରିକ ଏବଂ ୬୩୩ ଜଳପଥ ସୀମା ପାର କରିଥିବା ମତ୍ସ୍ୟଜୀବୀ । ଏହି ତଥ୍ୟ ଉଭୟ ପକ୍ଷରୁ ଆଦାନପ୍ରଦାନ କରାଯାଇଛି ।

ଭାରତୀୟ ଜେଲରେ ୪୬୧ ଜଣ ପାକିସ୍ତାନୀ ନାଗରିକ ଅଟକ ଅଛନ୍ତି । ୩୪୫ ଜଣ ସାଧାରଣ ନାଗରିକ ଓ ଅନ୍ୟ ୧୧୬ ଜଣ ହେଉଛନ୍ତି ଜଳପଥ ସୀମା ପାର କରିଥିବା ମତ୍ସ୍ୟଜୀବୀ । ଭାରତ ସରକାର ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନଙ୍କୁ ଏହି ସୂଚନା ଦେଇଛନ୍ତି ।

ପାକିସ୍ତାନରେ ବନ୍ଦୀ ଥିବା ୬୮୨ ଜଣ ଭାରତୀୟଙ୍କ ମଧ୍ୟରୁ ୫୩୬ ଜଣ ମତ୍ସ୍ୟଜୀବୀ ଓ ୩ ଜଣ ସାଧାରଣ ନାଗରିକଙ୍କୁ ମୁକ୍ତ କରିବା ପାଇଁ ଭାରତ ଆହ୍ୱାନ କରିଛି । ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ଜେଲ ଦଣ୍ଡ ପୂର୍ଣ୍ଣ କରିସାରିଲେଣି ।

ଏହା ସହିତ, ୧୦୫ ଜଣ ମତ୍ସ୍ୟଜୀବୀ ଏବଂ ୨୦ ଜଣ ସାଧାରଣ ନାଗରିକଙ୍କୁ ହାଇକମିଶନ ସହ ଯୋଗାଯୋଗ କରିବା ପାଇଁ ସୁଯୋଗ ଦେବାକୁ ଭାରତ ସରକାର ପାକିସ୍ତାନକୁ ଅନୁରୋଧ କରିଛନ୍ତି । ଯେଉଁମାନେ ଭାରତୀୟ ବୋଲି ସନ୍ଦେହ କରାଯାଉଛି, ସେମାନଙ୍କୁ ହାଇକମିଶନଙ୍କ ଯୋଗଯୋଗ ହୋଇପାରିଲେ ଭାରତକୁ ଫେରିବା ବନ୍ଦୋବସ୍ତ କରାଯାଇପାରିବ ।

Leave A Reply

Your email address will not be published.