Latest Odisha News

BREAKING NEWS

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

  • ମୌସୁମୀ ଅଧିବେସନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ହଙ୍ଗାମା ।୧୧ଜଣ ରାଜ୍ୟସଭା ସାଂସଦଙ୍କୁ ନିଲମ୍ବନ କରାଯାଇଛି । ଦରଦାମ ବୃଦ୍ଧି, ବେରୋଜଗାରୀ, ଜିଏସଟି, ଓ ଯାଞ୍ଚ  ଏଜେନ୍ସି ଗୁଡିିକର କାର୍ଯ୍ୟପନ୍ଥାକୁ ନେଇ ସାଂସଦଙ୍କୁ  ୧ ସପ୍ତାହ ପାଇଁ ସଂସଦରୁ ନିଲମ୍ବନ କରିଦିଆଯାଇଛି । ଏହା ପୂର୍ବରୁ ମଧ୍ୟ ସୋମବାର ୪ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା ।
  • ବାବୁସାନ୍-ପ୍ରକୃତି ବିବାଦ ମାମଲା। ପୂର୍ବ ନୋଟିସ୍ ଆଧାରରେ ଭୁବନେଶ୍ୱର ସ୍ଥିତ ବାସଭବନରେ ଅଭିଭାବକ ଉପସ୍ଥିତିରେ ପ୍ରକୃତିଙ୍କୁ ଜେରା । ଦୀର୍ଘ ଏକ ଘଣ୍ଟା କାଳ ଜେରା କରିଛନ୍ତି ମହିଳା ପୋଲିସ ଅଧିକାରୀ ।  ପୋଲିସକୁ ଆଗାମୀ ତଦନ୍ତରେ  ସହଯୋଗ କରିବା ବୋଲି ପ୍ରକୃତି ପ୍ରତିଶୃତି ଦେଇଛନ୍ତି
  • ଶୁନ୍ୟକାଳରେ ପୁଣି ଉଠିଲା କାଶୀପୁରରେ ଝାଡ଼ାବାନ୍ତି ବ୍ୟାପିବା ପ୍ରସଙ୍ଗ । ବିଜେପି ଓ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ , ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେଠି ସର୍ବମୋଟ ୧୪ଜଣ ମୃତ୍ୟୁବରଣ କରିଥିବା ବେଳେ ସରକାର କିନ୍ତୁ ୯ଜଣ କହୁଥିବା ଆଣିଛନ୍ତି ଅଭିଯୋଗ ।
  • ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ବ୍ୟାପିଥିବା ହଇଜା ନିୟନ୍ତ୍ରଣକୁ ଆସୁନାହିଁ । ଥମିବା ପରିବର୍ତ୍ତେ ପ୍ରତିଦିନ ନୂତନ ରୋଗୀ ଚିହ୍ନଟ ହେବା କାରଣରୁ ସ୍ଥିତି ଉଦବେଗ ଜନକ ।  ବଢୁଛି ଚିନ୍ତା ।  ଆଜି ଚିହ୍ନଟ ହେଲେ ୩୦ ହଇଜା ଆକ୍ରାନ୍ତ । ସେପଟେ ନୂଆପଡ଼ାରେ କୋମନା ବ୍ଲକ ଜଟଗଡ଼ ଗାଁରେ ମଧ୍ୟ  ବଢ଼ିବାରେ ଲାଗିଛି ଡାଇରିଆ ରୋଗୀଙ୍କ ସଂଖ୍ୟା । ଝାଡ଼ାବାନ୍ତିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣରୁ ଅଧିକ ଗୁରୁତର
  • ରାଜ୍ୟରେ ୨୪ ଘଣ୍ଟାରେ ୬୬୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୩୮୭ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୭୫ ରହିଛି । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୪ ଜଣ ଆକ୍ରାନ୍ତ ଅଛନ୍ତି । ଖୋର୍ଦ୍ଧାରୁ ସର୍ବାଧତ୍କ ୧୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୧୪୨, ସମ୍ବଲପୁରରୁ ୪୮ ଚିହ୍ନଟ ହୋଇଛନ୍ତି ।
  • ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡ୍ରିଙ୍ଗ ମାମଲାରେ ଆଜି ପୁଣିଥରେ ଇଡି ଜେରାର ସାମନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ରାହୁଲ ଗାନ୍ଧୀ ।  ସୋନିଆ ଗାନ୍ଧୀଙ୍କୁ ବାରମ୍ବାର ପ୍ରବର୍ତ୍ତନ ମନ୍ତ୍ରଣାଳୟ ଜେରା ପାଇଁ ସମନ କରୁଥିବାରୁ ଏହାକୁ ବିରୋଧ କରିଛନ୍ତି ରାହୁଲ ଗାନ୍ଧୀ ଓ କଂଗ୍ରେସ କର୍ମକର୍ତ୍ତା । ଇଡିର ଏପରି କାର୍ଯ୍ୟାନୁଷ୍ଠାନ ବିରୋଧରେ ଦେଶରେ ଥିବା ସମସ୍ତ ଇଡି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କଂଗ୍ରେସ କର୍ମୀ ।
  • କାରଗିଲ ବିଜୟ ଦିବସ । ପାକିସ୍ତାନ ବିରୋଧରେ ସେନାର ବୀରତ୍ୱକୁ ମନେପକାଉଛି ସାରାଦେଶ । କାରଗିଲ ଡାସସେକ୍ଟରରେ ଥିବା ଅମରଯବାନ ଜ୍ୟାତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଅମର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ରାଷ୍ଟ୍ରପତି ହେବା ପରେ ପ୍ରଥମ ଟ୍ୱିଟ କରି କାରଗିଲ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଦ୍ରୌପଦୀ ମୁର୍ମୁ ।
  • ୫ଜି ସ୍ପେକ୍ଟ୍ରମ ନିଲାମ ପାଇଁ ଦୂର ସଞ୍ଚାର ବିଭାଗ ପ୍ରି-କ୍ୱାଲିଫାଏଡ୍ ବିଡର୍ସଙ୍କ ତାଲିକା ଜାରି କରିଛି । ନିଲାମରେ ଭାଗ ନେଉଛନ୍ତି ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍, ଭୋଡାଫୋନ୍ ଆଇଡିଆ ଓ ଆଦାନୀ ଗ୍ରୁପ୍ । ନିଲାମ ପାଇଁ ରିଲାଏନ୍ସ ଜିଓ ୧୪ହଜାର କୋଟି ଟଙ୍କା ଜମା କରିଛି । ଭାରତୀ ଏୟାରଟେଲ ୫ହଜାର ୫୦୦ କୋଟି ଟଙ୍କା ଓ ଭୋଡାଫୋନ୍ ଆଇଡିଆ ୨ହଜାର ୨୦୦ କୋଟି ଟଙ୍କା ଜମା କରିଛି । ସେହିପରି ଆଦାନୀ ଗ୍ରୁପର ଟେଲିକମ କମ୍ପାନୀ ଆଦାନୀ ଡାଟା ନେଟୱର୍କ ୧୦୦ କୋଟି ଟଙ୍କା ଜମା କରିଛି ।
  •  କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗ଼କରୀ ଖୁବ୍ ଶୀଘ୍ର ଦିଲ୍ଲୀ ଓ ଗୁରୁଗ୍ରାମକୁ ସ୍କାଇ ବସ୍ ସର୍ଭିସ ମିଳିବ ବୋଲି କହିଛନ୍ତି। ଦିଲ୍ଲୀ ଓ ହରିୟାଣାର କିଛି ମନୋନୀତ ସ୍ଥାନରେ ଯାତାୟାତ ଓ ପ୍ରଦୂଷଣ ହ୍ରାସ କରିବା ପାଇଁ ସରକାର ଏହି ସେବା ଆରମ୍ଭ କରି ପାରନ୍ତି ବୋଲି ଗଡକରୀ କହିଛନ୍ତି। କାରଣ ଜଳବାୟୁର ଦେଖାରଖା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା । ପ୍ରଦୂଷଣ ସହ ଆର୍ଥିକ ବିକାଶ ଉପଯୁକ୍ତ ରଣନୀତି ନୁହେଁ ଏଣୁ ସରକାର ସ୍କାଇବସ୍ ଆଣିବାର ଯୋଜନା କରୁଛନ୍ତି।
  • ଚୀନର ଗୋବି ମରୁଭୂମିରେ କିଛି ଦିନ ପୂର୍ବରୁ ବନ୍ୟା ତାଣ୍ଡବ ସହିବା ପରେ ଏବେ ଚୀନରେ କାଳ ସାଜିଛି ବାଲି ଝଡ । ଲଗାତର କିଛି ଦିନ ଦକ୍ଷିଣ-ପଶ୍ଚିମ ଚୀନରେ ବାରମ୍ବାର ଏଭଳି ଝଡ଼ ସୃଷ୍ଟି ହେଉଛି । ଏହି ବାଲି ଝଡ କେତେ ଭୟଙ୍କର ଆପଣ ଏହି ଦୃଶ୍ୟ ଦେଖିଲେ ଜାଣିପାରୁଥିବେ । ସେଠାରେ ଥିବା କିଛି ପର୍ଯଟକ ନିଜ ମୋବାଇଲ କ୍ୟାମେରାରେ ଏହି ଦୃଶ୍ୟକୁ କଏଦ କରିଥିଲେ । ଆକ୍ୟୁୱେଦରର ରିପୋର୍ଟ ଅନୁସାରେ ଏହି ବାଲି ଝ ଚୀନ କାଞ୍ଜୀ ସହରରେ ହୋଇଛି ।
  • ଭାରତୀୟ ଦଳରେ ଉମରାନ ମଲ୍ଲିକଙ୍କ ଯାତ୍ରା ସେତେଟା ଲମ୍ବା ରହିନାହିଁ । ତିନୋଟି ମ୍ୟାଚ୍ ପରେ ଆଉ ମିଳିଲାନି ସୁଯୋଗ, ତିନୋଟି ଟି୨୦ ମ୍ୟାଚ୍ ଖେଳିବାପରେ ତାଙ୍କୁ ଓ୍ୱେଷ୍ଟଇଣ୍ଡିଜ ଗସ୍ତରୁ ବାଦ୍ ଦିଆଯାଇଥିଲା । ଆଇପିଏଲର ପ୍ରଦର୍ଶନକୁ ଅନ୍ତର୍ଜାତୀୟ ଫର୍ମାଟରେ ଦୋହରାଇପାରିନଥିଲେ ।  ଏବେ ଜମ୍ମୁ-କାଶ୍ମୀର ପାଇଁ ଖେଳିବେ ଉମରାନ ।
  • ଭାରତକୁ ଝଟକା । ରାଜ୍ୟ​‌ଗୋଷ୍ଠୀ କ୍ରୀଡା ୨୦୨୨ ଆରମ୍ଭ ହେବାର ଠିକ୍ ପୂର୍ବରୁ ଭାରତକୁ ବଡ ଝଟକା ଲାଗିଛି। ଟୋକିଓ ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ଜିତିଥିବା ଜାଭେଲିନ୍ ଥ୍ରୋ ଖେଳାଳି ତଥା ସୁନା ପୁଅ ନୀରଜ ଚୋପ୍ରା କମନଓ୍ବେଲଥ୍‌ ଗେମ୍ସରୁ ଓହରି ଯାଇଛନ୍ତି। ଆହତ ଜନିତ କାରଣରୁ ସେ ଏହି ଟୁର୍ଣ୍ଣାମେଣ୍ଟରୁ ଓହରିଥିବା ସୂଚନା ମିଳିଛି । ତେବେ କିଛି ଦିନ ପୂର୍ବରୁ ଓ୍ବାର୍ଲ୍ଡ ଆଥଲେଟିକ୍ଦରେ ରୌପ୍ୟ ପଦକ ଜିତିଥିଲେ ନୀରଜ ।
  • ବଲିଉଡ୍ ଅଭିନେତା ରଣବୀର ସିଂହଙ୍କ ନଗ୍ନ ଫଟୋସୁଟକୁ ନେଇ ବିବାଦ ଦେଖାଦେଇଥିବାବେଳେ, ଏହି ଫଟୋସୁଟକୁ ନେଇ ଏବେ ବି ଲୋକମାନେ ତାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି । ଆଉ ଏହାରି ଭିତରେ ଏବେ ରଣବୀରଙ୍କ ଅଡୁଆ ବଢିଛି, ମୁମ୍ବାଇରେ ରଣବୀରଙ୍କ ନଗ୍ନ ଫଟୋକୁ ନେଇ ଏଫଆଇଆର ରୁଜୁ ହେଇଛି । ତା ସହିତ ତାଙ୍କ ଗିରଫଦାରୀ ପାଇଁ ଦାବି କରାଯାଇଛି ।
  • ବଲିଉଡ଼ର ପ୍ରସିଦ୍ଧ ଗାୟକ ମିକା ସିଂଙ୍କ ସ୍ୱୟମ୍ବର ଶେଷ ହୋଇଛି। ଆକାଙ୍କାକ୍ଷା ପୁରୀଙ୍କୁ ବିବାହ କରିଛନ୍ତି ମିକା। ସବୁ ଫାଇନାଲିଷ୍ଟଙ୍କୁ ଫଛରେ ପକାଇ ମିକା ସୁନା କଙ୍କଣ ଦେଇ ଆଙ୍କାକ୍ଷାଙ୍କୁ ବାଛିଛନ୍ତି। ଦୁଇଜଣଙ୍କର ଚିତ୍ର ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋବରେ ଲାଗିଛି।
  • ଫ୍ୟାନ୍ସଙ୍କୁ ଚକ୍‌ମା ଦେଲେ ଉର୍ବଶୀ ରୌତେଲା । ପୋଷ୍ଟ କଲେ ଭିଡିଓ ଆଉ କିଛି ସମୟ ପରେ କରିଦେଲେ ଡିଲିଟ୍‌ । ଯେଉଁଥିରେ ଲେଖିଥିଲେ କି, ମତେ ରକ୍ଷା କର.. । ତେବେ କାହାଠୁ ନିଜକୁ ରକ୍ଷା କରିବାକୁ ଏପରି ଷୋଷ୍ଟ କରିଥିଲେ ଉର୍ବଶୀ । ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଯାଇଛି ।

 

 

Leave A Reply

Your email address will not be published.