Latest Odisha News

ରାଷ୍ଟ୍ରପତି ନିର୍ବାଚନ: ଦ୍ରୈାପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ବ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍

ସମର୍ଥନ ଦେବାକୁ ବିରୋଧୀ ହେଲେ ବାଧ୍ୟ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ରାତି ପାଇଲେ ରାଷ୍ଟ୍ରପତି ନିର୍ବାଚନ । ଏଥର ନିର୍ବାଚନରେ ଏନଡିଏ ଏବଂ ୟୁପିଏ ପ୍ରାର୍ଥୀଙ୍କ ମଧ୍ୟରେ ନିର୍ଚାଚନ ହେବ । ଭୋଟ ଦେବେ ସାଂସଦ ଏବଂ ବିଧାୟକ । ତେବେ ସରକାରୀ ଦଳର ପ୍ରାର୍ଥୀ ଚୟନ କୁ ନେଇ ଏବେ ସାରା ଭାରତରେ ଚର୍ଚା ହେଉଛି । ଏହାବି କୁହାଯାଉଛି ଦ୍ରୈାପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିବା ହେଉଛି ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ । ଯେଉଁଥି ପାଇଁ ବିରୋଧୀମାନେ ବାଧ୍ୟ ହୋଇଛନ୍ତି ସମର୍ଥନ ଦେବାପାଇଁ । ତେବେ ଆଦିବାସୀ ଭୋଟ ଭୟରେ ବିରୋଧୀ ଦ୍ରୈାପଦୀଙ୍କ ସପକ୍ଷରେ ହିଁ ଭୋଟ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ସମସ୍ତେ ମାନିଛନ୍ତି ।

ଚଳିତ ରାଷ୍ଟ୍ରପତି ନିର୍ବାଚନ ବେଳେ ଦେଖାଯାଇଛି ଯେ ଏନଡିଏ ପ୍ରାର୍ଥୀ ଘୋଷଣା ହେବା ପୂର୍ବରୁ   ବିରୋଧୀମାନେ ଯେପରି ଲଢ଼େଇ ପାଇଁ ମଇଦାନର ଏକତ୍ରିତ ହୋଇଥିଲେ । ଲଢ଼େଇରେ ଏନଡିଏ ଦ୍ରୈାପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିବା ପରେ ବିରୋଧୀଙ୍କ ଭିତରୁ ଜଣଙ୍କ ପରେ ଜଣେ ମଇଦାନ ଛାଡି ଅସ୍ତ୍ରଶସ୍ତ୍ର ସମର୍ପଣ କରି ଦ୍ରୈାପଦୀଙ୍କୁ ବିଜୟ କରିବା ପାଇଁ ତାଙ୍କୁ ଫୁଲତୋଡା ଦେବାରେ ବ୍ୟସ୍ତ । ଭୋଟଦେବା ପୂର୍ବରୁ ଦ୍ରୈାପଦୀ ମୁର୍ମୁଙ୍କ  ପ୍ରତି  ସମର୍ଥନ  ବଢ଼ି ବଢ଼ି ଜିତିବା ସ୍ପଷ୍ଟ ହୋଇଯାଉଛି ।

ନିର୍ବାଚନ ପୂର୍ବରୁ 44ଟି ଦଳ ଦ୍ରୈାପଦୀଙ୍କୁ ସମର୍ଥନ କରିବାକୁ ଘୋଷଣା କରିସାରିଥିବା ବେଳେ 34 ଟି ଦଳ ଯଶୋବନ୍ତଙ୍କୁ ସମର୍ଥନ ଦେବାକୁ ଘୋଷଣା କରିସାରିଛନ୍ତି । ତେବେ ବିରୋଧୀଙ୍କ ମେଳି ଭାଙ୍ଗିବା ଏଥର ଏତେ ସହଜ ନଥିଲା । କାରଣ ବିଜେପିକୁ 2024ରେ ହରାଇବା ପାଇଁ କଡା ଟକ୍କର ଦେବାକୁ ବିରୋଧୀ ମେଳି କରି ରଣନୀତି କରିଥିଲେ । ତେବେ ଲଢ଼ିବା ପୂର୍ବରୁ  ଆଦିବାସୀ ପୁଣି ମହିଳା ପ୍ରାର୍ଥୀ ଦ୍ରୈାପଦୀଙ୍କ ପାଇଁ ବିରୋଧୀମାନେ ଏକ ପ୍ରକାର ଆତ୍ମସମର୍ପଣ କରିବାରେ ଲାଗିଛନ୍ତି । ଏହାର ମୂଳ କାରଣ ହେଉଛି ଆଦିବାସୀ ଭୋଟ । ଦ୍ରୈାପଦୀଙ୍କୁ ବିରୋଧ କରି ପରୋକ୍ଷରେ ଆଗାମୀ ଦିନରେ ଆଦିବାସୀ ଭୋଟରଙ୍କୁ କେହି ବି ଚାହୁଁନାହାଁନ୍ତି ହରାଇବା ପାଇଁ ।

ଏହି ଆଦିବାସୀ ପ୍ରସଙ୍ଗକୁ ନେଇ ଦେଶରେ  ପ୍ରଥମେ ଏନଡିଏ ବାହାରେ ଥିବା  ବିଜେଡି ଦ୍ରୈାପଦୀଙ୍କୁ  ସମର୍ଥନ କରିବାକୁ ଘୋଷଣା କରିଥିଲା । ଖାଲି ଘୋଷଣା କରିନଥିଲା ତାଙ୍କୁ ଜିତାଇବା ପାଇଁ ବି ବିଧାୟକ ସାଂସଦଙ୍କ ଘରକୁ ଯାଇ ଅନୁରୋଧ କରି ପ୍ରଚାର କରିଥିଲା ।  ବିଜେଡି ପରେ ପରେ  ଓ୍ବାଇଏସଆର କଂଗ୍ରେସ ମଧ୍ୟ ଏନଡିଏ ମେଂଟରେ ନଥାଇ ଦ୍ରୈାପଦୀଙ୍କୁ ସମର୍ଥନ କରିବାକୁ ଘୋଷଣା କରିଥିଲା । ସବୁଠୁ ବଡ଼ କଥା ହେଲା ଝାଡ଼ଖଣ୍ଡରେ କଂଗ୍ରେସ ସହ ମେଂଟ କରିଥିବା ଜେଏମଏମ ମଧ୍ୟ ଆଦିବାସୀ ଭୋଟ ଭୟରେ କଂଗ୍ରସକୁ ସଫା ସଫା ମନା କରିଦେଇଥିବା ଯଶୋବନ୍ତ ସିହ୍ନାଙ୍କୁ ଭୋଟ ଦେଇପାରିବ ନାହିଁ । ଯଦିଓ ଜେଏମଏମ କଂଗ୍ରେସ ସହ ଅନ୍ୟ 17ଟି ଦଳ ଯଶୋବନ୍ତଙ୍କୁ ଏନଡିଏ ବିରୋଧରେ ମିଳିତ ପ୍ରାର୍ଥୀ କରିଥିଲେ  । ଜେଏମଏମ ପରେ ପରେ  ଅକାଳି ଦଳ ମଧ୍ୟ ସମର୍ଥନ ଘୋଷଣା କରିଥିଲା । ଏହା ସହ ମହାରାଷ୍ଟ୍ରରେ ଦ୍ରୈାପଦୀଙ୍କ ପାଇଁ  ଶିବସେନା ସାଂସଦମାନେ ଉଦ୍ଧବ ଠାକରେଙ୍କ ଉପରେ ଚାପ ପକାଇଥିଲେ । ଶେଷରେ ଉଦ୍ଧବ ମଧ୍ୟ ତାଙ୍କ ଶିବସେନା ସାଂସଦ ଓ ବିଧାୟକମାନେ  ଦ୍ରୈାପଦୀଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରିଥିଲା । ଏହା ପରେ ଦେଖାଯାଇଥିଲା ଯେ ସମାଜବାଦୀ ପାର୍ଟି ସହ ମେଂଟ କରିଥିବା ଏସବିଏସପି  ମଧ୍ୟ ମେଂଟ ବାହାରକୁ ଆସି ଆଦିବାସୀ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଘୋଷଣା କରିଥିଲା । ସେହପରି  ବିଏସପି ମଧ୍ୟ ଏନଡିଏ ପ୍ରାର୍ଥୀଙ୍କୁ  ସମର୍ଥନ ଦେବାକୁ ଘୋଷଣା କରିଛନ୍ତି ।  ସବୁଠୁ ବଡ଼ କଥା ହେଲା ମମତା ବାନାର୍ଜୀ ଏନଡିଏ ବିରୋଧରେ ଯଶୋବନ୍ତଙ୍କୁ  ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଦ୍ରୈାପଦୀଙ୍କ ନାମ ଘୋଷଣା ପରେ ଯଶୋବନ୍ତଙ୍କୁ ପଶ୍ଚିମବଂଗ ନଆସିବା ପାଇଁ କହିଥିଲେ । ଏହା ସହ କହିଥିଲେ କି ଯଦି ସେ ଆଗରୁ ଦ୍ରୈାପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଉଛି ବୋଲି ଘୋଷଣା ହୋଇଥାନ୍ତା ତେବେ ସେ ଅଲଗା ପ୍ରାର୍ଥୀ ଠିଆ କରିନଥାନ୍ତେ ।

ଏହା ସତ୍ୟ ଯେ ଦ୍ରୈାପଦୀ ମୁର୍ମୁ ଜିତିବେ । ତେବେ ବିରୋଧୀମାନେ ଚାହୁଁଥିଲେ 2024 ନିର୍ବାଚନ ପୂର୍ବରୁ ମେଳି ବାନ୍ଧି ନିଜ ଭିତରେ ଏକତା ସୃଷ୍ଟି କରି ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ । କିନ୍ତୁ ଆଦିବାସୀ ପ୍ରାର୍ଥୀଙ୍କ ଭୟରେ ଏହି ମେଳି ଗଠନ ହେବା ପୂର୍ବରୁ ଭାଙ୍ଗି ଯାଇଛି । ବିରୋଧୀମାନେ ଆଦିବାସୀ ଭୋଟ ଭୟରେ ଦ୍ରୈାପଦୀଙ୍କୁ ବିରୋଧ କରିବାକୁ ସାହସ କରିପାରୁନାହାଁନ୍ତି କି ତାଙ୍କ ବିରୋଧରେ ଟିପ୍ପଣୀ ଦେବାକୁ ପସନ୍ଦ କରୁନାହାଁନ୍ତି । ଯିଏ ଜଣା ଦୁଇଜଣ କିଛି ଟିପ୍ପଣୀ ଦେଇଛନ୍ତି ସେମାନଙ୍କୁ କେହି ବି ସମର୍ଥନ କରିନାହାଁନ୍ତି ।  ଏହା ସତ୍ୟ ଯେ ଭାରତ ଇତିହାସରେ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳା ଦେଶର ରାଷ୍ଟ୍ରପତି ହେବେ। ଦେଶର ବିଭିନ୍ନ ରାଜ୍ୟରେ ଆଦିବାସୀ ଭୋଟ ରହିଛି । ଏହ ଭୋଟ ବ୍ୟାଙ୍କ ଉପରେ ସମସ୍ତଙ୍କର ମଧ୍ୟ ଲୋଭ ରହିଛି ।  ପୁଣି ସେହି ଆଦିବାସୀଙ୍କ ମଧ୍ୟରେ 90 ପ୍ରତିଶତ ହେଉଛନ୍ତି ସାନ୍ତାଳ ଆଦିବାସୀ । ବିଜେପି ହିଁ ଏହି ରଣନୀତିରେ ଆଦିବାସୀ ପ୍ରାର୍ଥୀ ଭାବେ ଦ୍ରୈାପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରି ନୂଆ ଭୋଟ ବ୍ୟାଙ୍କ ସୃଷ୍ଟି କରିବାକୁ ଚାହୁଁଛି । ଯେଉଁଥିରେ କି ନିର୍ବାଚନ ପୂର୍ବରୁ ବିଜେପି ତା ରଣନୀତିରେ ସଫଳ ହୋଇଛି ବୋଲି କୁହାଯାଇପାରେ ।

ଦ୍ରୈାପଦୀ ମୁର୍ମୁ ଏକ ସାନ୍ତାଳ ଆଦିବାସୀ ହୋଇଥିବାରୁ ମମତା ବାନାର୍ଜୀ ମଧ୍ୟ ତାଙ୍କୁ ଖୋଲାଖୋଲି ବିରୋଧ କରିବାକୁ ସକ୍ଷମ ହୋଇପାରିନାହାଁନ୍ତି । କାରଣ ସେ ଭଲଭାବେ ଜାଣିଛନ୍ତି ଆଦିବାସୀମାନେ ତାଙ୍କ ସମୁଦାୟ ଲୋକଙ୍କ ବିରୋଧରେ ଶୁଣିବାକୁ ଭଲ ପାଆନ୍ତି ନାହିଁ । ଯଦି ସେମାନଙ୍କ ମନରେ କିଛି ବିରୋଧ ଆସେ ତେବେ ପୁରା ଗଣିତ ଓଲଟପାଲଟ ହୋଇଯାଇପାରେ । ତେଣୁ ତାଙ୍କ ଦଳର ଅନ୍ୟ କୈାଣସି ନେତା ମଧ୍ୟ ଧ୍ୟ ଦ୍ରୈାପଦୀ ମୁର୍ମୁଙ୍କ ବିରୋଧରେ କହିନାହାଁନ୍ତି ।

ତେବେ ସବୁଠୁ ବଡ଼ କଥା ହେଉଛି ଯେଉଁ ଦଳମାନେ ଯଶୋବନ୍ତଙ୍କୁ ପ୍ରାର୍ଥୀ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ସେମାନେ ଏବେ କରିବେ କଣ ।  କାହା ସହ ଲଢ଼ିବେ । ହାରିବା ଜାଣି ଲଢ଼ିବା ଆଉ ଲଢ଼େଇ ପୂର୍ବରୁ ହାରିଯିବା ଏମିତି ଦୃଶ୍ୟ ଏହି ନିର୍ବାଚନରେ ଦେଖିବାକୁ ମିଳିଛି ।  ଏଠି ବିରୋଧୀମାନେ ଲଢ଼େଇ ପୂର୍ବରୁ ହାରିଯାଇଛନ୍ତି । ଖାଲି ତ ହାରିନାହାଁନ୍ତି । ଆଗାମୀ ଦିନରେ ଜିତିବା ପାଇଁ ମନୋବଳ ହରାଇସାରିଛନ୍ତି । ତେବେ ଏସବୁ କେବଳ ଆଦିବାସୀ ଏବଂ ମହିଳା ପ୍ରାର୍ଥୀ ଦ୍ରୈାପଦୀଙ୍କ ପାଇଁ ହିଁ ଘଟିଛି କୁହାଯାଇପାରିବ । 2024 ଫାଇନାଲ ଲଢ଼େଇ ପୂର୍ବରୁ ଏହି ପ୍ରମାଣ ମିଳିଛି ଯେ  ବିରୋଧୀ ଶିବିରରେ ଏବେ ସେନାପତିର ଅଭାବ । ବିନା ସେନାପତିରେ ଦ୍ରୈାପଦୀଙ୍କ ପାଇଁ ଯଶୋବନ୍ତଙ୍କୁ ହଟହଟା ହେବାକୁ ପଡିଛି । କଂଗ୍ରେସ ମଧ୍ୟ ମଇଦାନରେ ଏକା ହୋଇଯାଇଛି । ସତେ ଯେପରି ବିରୋଧୀଙ୍କ ପକ୍ଷ ଛେଦନ କରିଦେଇଛନ୍ତି ମୋଦି , ଆଉ ଅମିତ ଶାହ ।

ଦ୍ରୈାପଦୀଙ୍କ ଶକ୍ତି ଆଗରେ ଏନଡିଏ ବାହାରେ ଥିବା ସବୁ ଦଳ  କଂଗ୍ରେସ , ସପା, ବସପା, ଟିଏମସି, ଜେଡିଏସ, ଟିଡିପି, ଡିଏମକେ, ଶିବସେନା (ଉଦ୍ଧବ) ଶିବସେନା( ଏକନାଥ), ଅକାଳିଦଳ, ବିଜେଡି, ଓ୍ବାଇଏସଆର କଂଗ୍ରେସ, ଏନସିପି, ଟିଆରଏସ, ବାମଦଳ ଆଦି ଯେତେସବୁ ବଡ଼ ଏନଡିଏ ବିରୋଧୀ ଦଳ ସବୁ ଦଳଙ୍କ ଶକ୍ତିକ୍ଷରଣ ହୋଇଯାଇଛି । ଏହା କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

Leave A Reply

Your email address will not be published.