Latest Odisha News

BREAKING NEWS

ପୁଟିନଙ୍କ ଆଉ ଜଣେ ସହଯୋଗୀ ୧୬ ମହଲାରୁ ଡେଇଁ କଲେ ଆତ୍ମହତ୍ୟା

ଓଡ଼ିଶା ସମ୍ବାଦ ବ୍ୟୁରୋ : ୟୁକ୍ରେନରେ ଭ୍ଲାଦିମିର ପୁଟିନଙ୍କ ଯୁଦ୍ଧ ପାଇଁ ପାଣ୍ଠି ଯୋଗାଡ଼ କରିବାରେ ୟାଙ୍କିନା ପ୍ରମୁଖ ବ୍ୟକ୍ତି ଥିଲେ । ଏବେ ସେ ୧୬ ମହଲାର ଏକ ଝରକାରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ୟୁକ୍ରେନ୍ ବିପକ୍ଷ ଯୁଦ୍ଧରେ ସେ ଗୁରୁ ଦାୟିତ୍ୱ ତୁଲାଉଥିଲେ । ଏବ ସେ କାହିଁକି ଆତ୍ମହତ୍ୟା କଲେ ତାକୁ ନେଇ ପୁଣିଥରେ ଚର୍ଚ୍ଚା ବଢିଛି । କାରଣ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ପୁଟିନଙ୍କ ଅନେକ ନିକଟତମ ବ୍ୟକ୍ତିଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ଘଟିଛି । ଯାହାକୁ ନେଇ ପୁଟିନ ଚର୍ଚ୍ଚାରେ ମଧ୍ୟ ରହିଛନ୍ତି । ଗତବର୍ଷ ଡିସେମ୍ବରରେ ରାୟଗଡା ଗସ୍ତରେ ଆସିଥିବା ରୁଷ୍‌ର ଦୁଇ ପର୍ଯ୍ୟଟକ ଭ୍ଲାଦିମିର୍‌ ବିଦେନୋଭ ଓ ପାଭେଲ୍ ଆଣ୍ଟୋଭଙ୍କ ସନ୍ଦେହଜନକ ମୃତ୍ୟୁ ଘଟଥିଲା। ପାଭେଲ୍ ଆଣ୍ଟୋଭ ଋଷର ଜଣେ ସାଂସଦ ସହିତ ବ୍ୟବସାୟୀ। ଋଷ ରାଷ୍ଟ୍ରପତିଙ୍କର ଜଣେ ନିକଟତମ ବ୍ୟକ୍ତି ସହିତ କିଛି ସମୟ ପାଇଁ ତାଙ୍କର ସମାଲୋଚକ ମଧ୍ୟ ଥିଲେ। ସେ ରାୟଗଡା ଗସ୍ତରେ ଆସିଥିବା ବେଳେ ହୋଟେଲରୁ ତଳକୁ ଡେଇଁ ଆତ୍ମହତ୍ୟା କରିଥିଲେ।

ରୁଷିଆ ନ୍ୟୁଜ ଟେଲିଗ୍ରାମ ଚ୍ୟାନେଲ ମାଶ ରିପୋର୍ଟ ମାରିନା ୟାଙ୍କିନାଙ୍କ ମୃତ୍ୟୁ ବାବଦରେ ସୂଚନା ଦେଇଛିା ୫୮ ବର୍ଷୀୟ ଏହି ବ୍ୟକ୍ତି ଜଣଙ୍କ ପିଟର୍ସବର୍ଗର ଜାମ୍‌ଶିନା ଷ୍ଟ୍ରିଟରେ ଥିବା ଏକ ଉଚ୍ଚା ଅଟ୍ଟାଳିକାର ରହୁଥିଲେ ।
ସେ ୧୬୦ ଫୁଟ ତଳକୁ ଖସି ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି । ତାଙ୍କ ବ୍ୟକ୍ତିଗତ ଜିନିଷପତ୍ର ଓ କାଗଜପତ୍ର ବିଲଡିଂର ୧୬ ମହଲା ବାଲକୋନିରୁ ମିଳିଛି । ପ୍ରାଥମିକ ତଦନ୍ତରୁ ୟାଙ୍କିନା ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ।

ଆତ୍ମହତ୍ୟା କରିବାର କିଛି ମିନିଟ୍ ପୂର୍ବରୁ ୟାଙ୍କିନା ତାଙ୍କ ପୂର୍ବତନ ସ୍ୱାମୀଙ୍କୁ ଫୋନ୍ କରି କହିଥିଲେ ଯେ ସେ ଏପରି ଏକ ଚରମ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏପରିକି ସେ ରହୁଥିବା କୋଠାକୁ ପୁଲିସକୁ ଡକାଇବାକୁ ମଧ୍ୟ କହିଥିଲେ ବୋଲି ଫୋନରେ କହିିଥିବା ସୂଚନା ରହିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଯଦିଓ ରହିଛି ହେଲେ ୫୮ ବର୍ଷୀୟ ଏହି ବ୍ୟକ୍ତି ସ୍ୱାସ୍ଥ୍ୟଗତ ସମସ୍ୟା ସହ ସଙ୍ଘର୍ଷ କରୁଥିବା କୁହାଯାଉଛି ।
ସେ ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟର ଆର୍ôଥକ ସହାୟତା ବିଭାଗର ମୁଖ୍ୟ ଥିଲେ । ସେ ପୁଟିନଙ୍କ ଅନ୍ୟତମ ଘନିଷ୍ଠ ବ୍ୟକ୍ତି ମଧ୍ୟ ଥିଲେ । ୟାଙ୍କିନାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ପୋଲିସ ତଦନ୍ତ କରୁଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।

ଗତବର୍ଷ ଯୁଦ୍ଧ ଆରମ୍ଭ ହେବା ପରଠାରୁ ରହସ୍ୟଜନକ ଭାବେ ମୃତ୍ୟୁବରଣ କରିଥିବା ବହୁ ବିଶିଷ୍ଟ ରୁଷୀୟ ଅଧିକାରୀ ଓ ବ୍ୟବସାୟୀଙ୍କ ମଧ୍ୟରେ ୟାଙ୍କିନା ହେଉଛନ୍ତି ସଦ୍ୟତମ । ଚଳିତ ସପ୍ତାହରେ ରୁଷର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମେଜର ଜେନେରାଲ ଭ୍ଲାଦିମିର ମାକାରୋଭ (୭୨) ମସ୍କୋର ଏକ ଉପକଣ୍ଠରେ ଆତ୍ମହତ୍ୟା କରିଥିଲେ ।

Leave A Reply

Your email address will not be published.