ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଆଜି ଅବପାତର ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟା ଅର୍ଥାତ୍ ଆସନ୍ତାକାଲି ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବା ଆଶଙ୍କା ରହିଛି । ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୫ ତାରିଖ ବେଳକୁ ଅତି ଭୟଙ୍କର ବାତ୍ୟାର ରୂପ ନେବ । ୨୬ ତାରିଖ ସକାଳେ ବାତ୍ୟା ଉତ୍ତର ବଙ୍ଗୋପସାଗରର ଉତ୍ତର ଓଡ଼ିଶା ଓ ବାଂଲାଦେଶ ଉପକୂଳରେ ପହଞ୍ଚିବ । ସେହିଦିନ ସନ୍ଧ୍ୟାରେ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ବାଂଲାଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ।
୨୪ ଘଣ୍ଟାରେ ବାତ୍ୟା ‘ୟଶ’ର ରୂପ ନେବ ଲଘୁଚାପ, ଏବେ ବଙ୍ଗୋପସାଗରରେ ଗୋଟାଉଛି ବଳ
ବଙ୍ଗୋପସାଗରରେ ଆସୁଥିବା ବାତ୍ୟା ୟସ୍ ମୁକାବିଲା ପ୍ରସ୍ତୁତିର ଆଜି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳ ୧୧ଟାରେ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିବେ । ଏହି ବୈଠକରେ ବିଭିନ୍ନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଅନ୍ୟ ବିଭାଗର ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ଜାତୀୟ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ(NDMA) ଅଧିକାରୀ ବି ସାମିଲ ହେବେ ।
ବାତ୍ୟା ୟସ୍ ମୁକାବିଲା ପ୍ରସ୍ତୁତିର ଆଜି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ
ଓଡ଼ିଶାରେ କରୋନା ସଂକ୍ରମଣ ସହ ମୃତ୍ୟୁ ମାମଲା ଥମୁନି । ରାଜ୍ୟରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୧୨ ହଜାର ୮୨୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିଭଳି ସର୍ବାଧିକ ୨୮ ଜଣଙ୍କ ଜୀବନ ନେଇଛି ମହାମାରୀ । ଅନ୍ୟପଟେ ଦେଶରେ କରୋନା ସଂକ୍ରମଣ ମାମଲା ଅଢ଼େଇ ଲକ୍ଷ ତଳକୁ ଖସିଥିବା ବେଳେ ଦିନକରେ ୩ ହଜାର ୭୪୧ ଜଣଙ୍କ ମୃତ୍ୟୁ ହୋଇଛି ।
ସଂକ୍ରମଣରେ ରେକର୍ଡ ଭାଙ୍ଗିଲା କରୋନା, ୨୪ ଘଣ୍ଟାରେ ୧୨ ହଜାର ୮୨୫ ଜଣ ପଜିଟିଭ୍
ସିବିଏସଇ ଓ ଆଇସିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ଆଜି ଉଚ୍ଚସ୍ତରୀୟ ବୈଠକ ବସିବ । ଏଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସହ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ଶିକ୍ଷାମନ୍ତ୍ରୀ, ଶିକ୍ଷା ସଚିବ ଏବଂ ରାଜ୍ୟ ବୋର୍ଡର ଅଧ୍ୟକ୍ଷ ସାମିଲ୍ ହେବେ । ପରୀକ୍ଷା ବାତିଲ୍ ହେବ ନା ନାହିଁ ସେନେଇ ବୈଠକରେ ନିଷ୍ପତ୍ତି ନିଆଯିବ ।
CBSE, ICSE ଦ୍ୱାଦଶ ପରୀକ୍ଷା ହେବ କି ନାହିଁ ? ଆଜି ବସିବ ଉଚ୍ଚସ୍ତରୀୟ ବୈଠକ
ଏକ ହତ୍ୟା ମାମଲାରେ ପୋଲିସକୁ ଚକମା ଦେଇ ବାରମ୍ବାର ଖସି ପଳାଉଥିବା କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ୨୩ ବର୍ଷୀୟ ସାଗର ରଣା ହତ୍ୟାକାଣ୍ଡ ମାମଲାରେ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ସୁଶୀଲ ଓ ତାଙ୍କ ସହଯୋଗୀ ଅଜୟଙ୍କୁ ଦିଲ୍ଲୀରୁ ଗିରଫ କରିଥିବା ଜଣାପଡ଼ିଛି ।
Comments are closed.