Latest Odisha News

BREAKING NEWS

ପୁଲୱାମାରେ ଏନକାଉଣ୍ଟର; ଟପ ଲସ୍କର କମାଣ୍ଡର ସମେତ ୨ ଆତଙ୍କୀ ନିପାତ

ଶ୍ରୀନଗର:ଜମ୍ମୁକଶ୍ମୀରର ପୁଲୱାମା ଜିଲ୍ଲାରେ ରବିବାର ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ନିପାତ । ୨ ମୃତ ଆତଙ୍କୀଙ୍କ ମଧ୍ୟରେ ଅଛନ୍ତି ଜଣେ ଲସ୍କର-ଏ-ତୋଏବାର ଟପ କମାଣ୍ଡର ଅଛନ୍ତି । ଜମ୍ମୁକଶ୍ମୀରର ପୁଲୱାମ ଜିଲ୍ଲାରେ ରବିବାର ଏହି ଏକାଉଣ୍ଟର ହେଇଥିଲା । ଏ ପର୍ଯ୍ୟନ୍ତ ଆତଙ୍କୀଙ୍କ ଶବ ଠାବ କରାଯାଇ ନାହିଁ  ।

BjdElectrycity

ମିଳିଥିବା ସୂଚନା ଅନୁସାରେ, ପୁଲୱାମ ଜିଲ୍ଲାର ଲୋରୀ-ପରିଗାମ ଇଲାକାରେ ଏହି ଏନକାଉଣ୍ଟର ହୋଇଥିଲା । ଏଠାରେ ଆତଙ୍କୀ ଲୁଚିଥିବା  ସୁରକ୍ଷକର୍ମୀଙ୍କୁ ଗୁଇନ୍ଦା ସୂଚନା ମିଳିଥିଲା । ତେଣୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏହି ଅଞ୍ଚଳରେ ଅଗଷ୍ଟ ୫ ତାରିଖରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଥିଲା । ସେନା ଏବଂ ଜମ୍ମୁକଶ୍ମୀର ପୋଲିସ ପକ୍ଷରୁ ମିଳିତ ଅଭିଯାନ ଆରମ୍ଭ କରାଯାଇଥିଲା । ଗତକାଲି ପରିଗାମର ସିନ୍ଧରା ଅଞ୍ଚଳରେ ଆତଙ୍କୀ ଲୁଚି ରହିଥିବା ଖବର ପାଇ ଚଢାଉ କରାଯାଇଥିଲା । ରାତି ପ୍ରାୟ ୧୧.୩୦ରେ ଏହି ଚଢାଉ କରାଯାଇଥିଲା ।  ଏଥିରେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଥିଲା । ତେବେ ଗତକାଲି ରାତି ସାରା ସୁରକ୍ଷାକର୍ମୀ ଏହି ଅଞ୍ଚଳରେ ଛାନଭିନ କରୁଥିଲେ ।

ଗୁଇନ୍ଦା ସୂଚନାରୁ ଜଣାଯାଏ, ବର୍ତ୍ତମାନ ଘାଟିରେ ୫୦ ସକ୍ରିୟ ଆତଙ୍କୀ ଅଛନ୍ତି । ଏମାନଙ୍କ ମଧ୍ୟରୁ ୨-ରୁ ୨୪ ଜଣ ବିଦେଶୀ ଆତଙ୍କୀ । ୩0ରୁ ୩୫ ସ୍ଥାନୀୟ ଆତଙ୍କୀ ଥିବା ଜଣାଯାଇଛ ।

Leave A Reply

Your email address will not be published.