Latest Odisha News

BREAKING NEWS

କଳାହାଣ୍ଡି ଧର୍ମଗଡରେ ସଶସ୍ତ୍ର ଡକାୟତି: ଡକାୟତ ଲୁଟିଲେ ୨୫ଭରି ସୁନା

ଧର୍ମଗଡ : କଳାହାଣ୍ଡି ଧର୍ମଗଡରେ ସଶସ୍ତ୍ର ଡକାୟତି  । ଘର ଆଲମିରା ଭାଙ୍ଗି ଡକାୟତମାନେ ଲୁଟିଛନ୍ତି ୨୫ ଭରି ସୁନା ଅଳଙ୍କାର  । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଓଲମା ଗାଁରେ  । ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ଧନଞ୍ଜୟ ସାହୁଙ୍କ ଘରେ ପଶିବା ପରେ  ପରିବାର ଲୋକଙ୍କୁ ଗୋଟିଏ ଘରେ ବନ୍ଦ କରିଦେଇଥିଲେ  । ପରେ ଘରେ ଥିବା ବହୁ ମୂଲ୍ୟବାନ ଜିନିଷ ଓ  ପ୍ରାୟ ୨୫ ଭରି ସୁନା ଅଳଙ୍କାର ଲୁଟି ନେଇଥିଲେ  ।

ସମସ୍ତ ଡକାୟତ ଚୋରି କରିସାରି ଘରର ପାଚେରୀ ଡେଇଁ ଫେରାର ହୋଇଯାଇଛନ୍ତି  । ହେଲେ  ଜଣେ ଡକାୟତ ପାଚେରୀ ଡେଇଁ ଖସିଯିବାକୁ ଉଦ୍ୟମ କରିବା ବେଳେ ପାଚେରୀରୁ ପଡି ଗୋଡ ଭାଙ୍ଗିଯାଇଛି । ଫଳରେ ସେ ଆଉ ଆଗକୁ ନଯାଇପାରି  ଘର ପାଖରେ ଥିବା ଚାଷ ଜମିରେ ପଡି ରହିଥିଲା । ପରେ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ପୋଲିସର ଜିମା ଦେଇଛନ୍ତି  । କୋକସରା ପୋଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି  ।

Leave A Reply

Your email address will not be published.