Latest Odisha News

ମୁମ୍ବାଇ-କୋଲକାତା ମ୍ୟାଚରେ ଟସକୁ ନେଇ ବିବାଦ

ମୁମ୍ବାଇ: ୱାଙ୍ଖେଡ ଷ୍ଟାଡିୟମରେ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଚଳିତ ଆଇପିଏଲର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଖେଳାଯାଉଛି । ତେବେ ଏହି ମ୍ୟାଚରେ ଟସକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ହାର୍ଦ୍ଦିକ ପାଣ୍ଡ୍ୟା ଟସ ପକାଇଥିଲେ । କଏନ ତଳେ ପଡିବା ପରେ କିଛି ବାଟ ଗଡି ଯାଇଥିଲା । କ୍ୟାମେରା କଏନ ପାଖରେ ପଂହଚିବା ପୂର୍ବରୁୂ ମ୍ୟାଚ ରେଫରୀ ଏହା ଟେଲ ବୋଲି ଘୋଷଣା କରିଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ପ୍ରଶଂସକ ଟସ ଫିକ୍ସିଂ କରାଯାଇଥିବା ଅଭିଯୋଗ କରିଛନ୍ତି । କେକେଆର ୯ ମ୍ୟାଚରେ ୧୨ ପଂଏଟ ପାଇଁ ପଂଏଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି ।

ଅପରପକ୍ଷରେ ମୁମ୍ବାଇ ୧୦ରୁ ମାତ୍ର ୩ଟି ମୁକାବିଲାରେ ବିଜୟୀ ହୋଇଛି । ଏହି ମ୍ୟାଚରେ ରୋହିତ ଶର୍ମାରୁ ଚୂଡାନ୍ତ ଏକାଦଶରୁ ବାଦ ଦିଆଯାଇଛି । ପ୍ରଥମେ ବ୍ୟାଟିଂ କରି କେକେଆର ଭେଙ୍କେଟେଶ ଆୟାରଙ୍କ ୭୦ ରନ ସହାୟତାରେ ୧୯.୫ ଓଭରରେ ୧୬୯ ରନ କରି ଅଲଆଉଟ ହୋଇ ଯାଇଥିଲା ।

Leave A Reply

Your email address will not be published.