ବ୍ରହ୍ମପୁର: ସବୁଜ ଶକ୍ତି ଏବଂ ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହିତ କରି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ “ହାଉସହୋଲ୍ଡ ସୋଲାର ଚାମ୍ପିଅନ” ଶୀର୍ଷକ ସାର୍ଟିଫିକେଟ କୋର୍ସ ଆରମ୍ଭ ହୋଇଛି । ଏଥିରେ ଯୁବପିଢିଙ୍କୁ ସୌର ଶକ୍ତି ସମ୍ବନ୍ଧୀୟ ଦକ୍ଷତା ପ୍ରଦାନ କରାଯିବ । ଗଞ୍ଜାମ ଜିଲ୍ଲାର ଆସିକା ସ୍ଥିତ ନଳବନ୍ତ ପୁରୁଣା ପଞ୍ଚାୟତ ଭବନରେ ଉଦଘାଟନୀ ସେସନ୍ ଅନୁଷ୍ଠିତ ହୋଇଛି ।
ଏହି ପଦକ୍ଷେପରେ ଟିପିଏସଓଡିଏଲର ପ୍ରୋଜେକ୍ଟ ପାର୍ଟନର “ପ୍ରଥମ” ଦ୍ଵାରା ସୋଲାର ସିଷ୍ଟମର ମରାମତି ଏବଂ ରକ୍ଷଣାବେକ୍ଷଣ ପାଇଁ ତାଲିମ ଦିଆଯାଉଛି । ଯାହା ଫଳରେ ଯୁବପିଢି ଦକ୍ଷ ହେବା ସହ ତୃଣମୂଳ ସ୍ତରରେ ଅକ୍ଷୟ ଶକ୍ତି ଆପଣାଇବାରେ ସହାୟକ ହୋଇପାରିବେ । ପ୍ରଥମ ବ୍ୟାଚରେ ୨୦ ଜଣ ଛାତ୍ରଛାତ୍ରୀ ଘରୋଇ ସୋଲାର ସିଷ୍ଟମ ସଂସ୍ଥାପନ ଏବଂ ରକ୍ଷଣାବେକ୍ଷଣ ସମ୍ପର୍କରେ ତାଲିମ ନେବେ । ସ୍ୱଚ୍ଛ ଶକ୍ତି ଦିଗରେ ମିଳିତ ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟ ଆଧାରରେ ଏହି ପଦକ୍ଷେପ ସୌର ଶକ୍ତିକୁ ପ୍ରୋତ୍ସାହିତ କରୁଅଛି ।
ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଆସିକା ଡିଭିଜନ -୧ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗତଜିତ୍ ଦାସ ମହାପାତ୍ର, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସନ୍ତୋଷ ପ୍ରଧାନ, ନଳବନ୍ତ ସରପଞ୍ଚ କେସି ପ୍ରଧାନ ଏବଂ ଟିପିଏସ୍ଓଡିଏଲର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ସିଏସଆର୍ ଟିମ୍ ଉପସ୍ଥିତ ଥିଲେ । ଏଭଳି ପଦକ୍ଷେପ ମାଧ୍ୟମରେ ଟିପିଏସ୍ଓଡିଏଲ୍ ସବୁଜ ଶକ୍ତି ଦିଗରେ ପ୍ରତିବଦ୍ଧତା ଦର୍ଶାଇବା ସହ ଦକ୍ଷିଣ ଓଡ଼ିଶାର ଯୁବପିଢ଼ିଙ୍କୁ ସଶକ୍ତ କରୁଅଛି ।
Comments are closed.