Latest Odisha News

ଦିଲ୍ଲୀ ମେଟ୍ରୋରେ ଲାଗିଲା ଆଶାରାମ ବାପୁଙ୍କ ପୋଷ୍ଟର, ଯାତ୍ରୀ ଅସନ୍ତୋଷ

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ଜେଲରେ ସଜା କାଟୁଥିବା ଆଶାରାମ ବାପୁଙ୍କୁ ନେଇ ଥମିବାରେ ନା ନେଉନି ଚର୍ଚ୍ଚା । ଦିଲ୍ଲୀ ମେଟ୍ରୋରେ ଆଶାରାମ ବାପୁଙ୍କ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହାକୁ ଦେଖିବା ପରେ ଯାତ୍ରୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଲୋକମାନେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଦିଲ୍ଲୀ ମେଟ୍ରୋ ରେଳ କରପୋର୍ସନ (ଡିଏମଆରସି) ଠାରୁ ଜବାବ ମାଗିଥିଲେ । ସର୍ବସାଧାରଣ ସ୍ଥାନରେ ତାଙ୍କ ଫଟୋ ରହିବା ଉଚିତ୍‌ ନୁହେଁ ବୋଲି ଅନେକ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ବିବାଦ ଦେଖାଦେବା ପରେ ଡିଏମଆରସି ଜଣେ ‘ଏକ୍ସ’ ୟୁଜରଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛିଯେ, “ଡିଏମଆରସି ଲାଇସେନ୍ସଧାରୀଙ୍କୁ ତୁରନ୍ତ ନିର୍ଦ୍ଦେଶ ଜାରି କରିଛି ଯେ ମେଟ୍ରୋ ପରିସରରୁ ଏହି ବିଜ୍ଞାପନଗୁଡ଼ିକୁ ଯଥାଶୀଘ୍ର ହଟାନ୍ତୁ । ଏହି ବିଜ୍ଞାପନଗୁଡ଼ିକୁ ହଟାଇବା ପ୍ରକ୍ରିୟା ଆଜି ରାତିରୁ ଆରମ୍ଭ ହେବ।” ତଥାପି, ସେଗୁଡ଼ିକୁ ସିଷ୍ଟମରୁ ବାହାର କରିବାକୁ କିଛି ସମୟ ଲାଗିପାରେ ।

ଏହି ଫଟୋଟି ୧୪ ଫେବୃଆରୀରେ ପିତାମାତା ଦିବସ ଅବସରରେ ପୋଷ୍ଟ କରାଯାଇଛି। ଏହାର ଉପରେ ଆଶାରାମଙ୍କ ଫଟୋ ଅଛି ଏବଂ ଏଥିରେ “ପୂଜ୍ୟ ସନ୍ଥ ଆଶାରାମ ବାପୁଙ୍କ ଦ୍ୱାରା ଅନୁପ୍ରାଣିତ” ଲେଖାଯାଇଛି । ଏହି ବିଜ୍ଞାପନକୁ ନେଇ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଆଶାରାମଙ୍କୁ ଦୁଇଟି ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଦିଆଯାଇଛି, ଗୋଟିଏ ମାମଲା ସୁରଟର ଏବଂ ଅନ୍ୟଟି ଯୋଧପୁରର । ତଥାପି, ସ୍ୱାସ୍ଥ୍ୟଗତ କାରଣରୁ ସୁପ୍ରିମକୋର୍ଟ ଆଶାରାମଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଆଶାରାମଙ୍କୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଜାମିନ ମିଳିଛି ।

Comments are closed.