Latest Odisha News

BREAKING NEWS

ଅନୁଗୁଳ: ବ୍ୟବସାୟୀଙ୍କ ଠାରୁ ୧.୫ ଲକ୍ଷ ଟଙ୍କା ଲୁଟିଲେ ଦୁର୍ବୃତ୍ତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଶାବଳଭଙ୍ଗା ଗ୍ରାମରେ ଜଣେ ବ୍ୟବସାୟୀଙ୍କ ଠାରୁ ଗୁରୁବାର ଦିନ କିଛି ଦୁର୍ବୃତ୍ତ ପାଖାପାଖି ଦେଢ ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଡମ୍ବରୁ ସାହୁ ନାମକ ଜଣେ ବ୍ୟବସାୟୀ ଛେଳି କିଣିବାକୁ ଆଜି ଜରପଡା ଅଞ୍ଚଳକୁ ଯାଉଥିଲେ । ଅମାନ୍ତପୁର ନିକଟରେ ୩ ଜଣ ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ଡମ୍ବରୁଙ୍କୁ ଆକ୍ରମଣ କରି ତାଙ୍କ ନିକଟରେ ଥିବା ଏକ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ ।

ଏହି ଘଟଣାରେ ଡମ୍ବରୁଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଥିବାବେଳେ ତାଙ୍କୁ ଚିକିତ୍ସା ଲାଗି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ନେଇ ଜଣାପଡିଛି ।

ତେବେ ଅପରାଧିଙ୍କୁ ଧରିବା ଲାଗି ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.