Latest Odisha News

BREAKING NEWS

ଅନଲାଇନ ମାଧ୍ୟମରେ ‘ଫକୀରମୋହନ : ନବ ଜାଗୃତି ପୁରୁଷ’ ଶୀର୍ଷକ ଆଲୋଚନା ଚକ୍ର

ଭୁବନେଶ୍ୱର : ଫକୀର ମୋହନ ଫାଉଣ୍ଡେସନ ଭୁବନେଶ୍ୱର ଏବଂ ନୂଆ ଦିଲ୍ଲୀର ମିଳିତ ସହଯୋଗରେ ଅନଲାଇନ ମାଧ୍ୟମରେ ‘ଫକୀରମୋହନ : ନବ ଜାଗୃତି ପୁରୁଷ’ ଶୀର୍ଷକ ଏକ ଆଲୋଚନା ଚକ୍ର ଆୟୋଜିତ ହେଇଯାଇଛି । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏହି ଆଲୋଚନା ଚକ୍ରକୁ ଉଦଘାଟନ କରି ଫକୀର ମୋହନଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ ।

BjdElectrycity

ଶାନ୍ତି ନିକେତନର ଓଡ଼ିଆ ବିଭାଗର ଅଧ୍ୟାପକ ତଥା ଫକୀରମୋହନ ଫାଉଣ୍ଡେସନ ଓଡ଼ିଶା ଶାଖାର ମହାସଚିବ ରବୀନ୍ଦ୍ର କୁମାର ଦାସଙ୍କ ସଞ୍ଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାନ୍ସ କେନ୍ଦ୍ର, ଟରୋଣ୍ଟୋ, କାନାଡ଼ାର ମହା ନିର୍ଦ୍ଦେଶିକା ସୁନନ୍ଦା ମିଶ୍ର ପଣ୍ଡା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ ଓ କଣ୍ଠଶିଳ୍ପୀ ଅନିନ୍ଦିତା ଦାସ ଫକୀରମୋହନଙ୍କ ରଚିତ ସଙ୍ଗୀତ ଗାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଫକୀରମୋହନ ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି ମନିକା ଦାସ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା ଦେବା ସହିତ ସାମ୍ପ୍ରତିକ ଯୁବପୀଢ଼ି କିଭଳି ଦେଶ ଓ ଦଶର ମାନଦଣ୍ଡ ସେ ସମ୍ବନ୍ଧରେ ଆଲୋଚନା କରିଥିଲେ । କିସ୍ ବିଶ୍ବବିଦ୍ୟାଳୟର ଗୋପବନ୍ଧୁ ଚେୟାର ପ୍ରଫେସର ବିଜୟାନନ୍ଦ ସିଂହ ଫକୀରମୋହନଙ୍କ ଗଳ୍ପ ସାହିତ୍ୟରେ କିଭଳି ନବଜାଗୃତିର ସ୍ବରକୁ ସୂଚିତ କରେ ତାହା ଚର୍ଚ୍ଚା କରିଥିଲେ । ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ସୁସାହିତ୍ୟିକ ପ୍ରଫେସର ଦାସ ବେନହୁର ତାଙ୍କ ବକ୍ତବ୍ୟରେ ଫକୀରମୋହନଙ୍କ ପ୍ରାରମ୍ଭିକ ଲେଖକୀୟତା ଠାରୁ ଆରମ୍ଭ କରି ୧୯୧୮ ପର୍ଯ୍ୟନ୍ତ ବହୁବିଧ ଦିଗନ୍ତ ସମ୍ପର୍କରେ ଆଲୋଚନା କରିଥିଲେ । ପୂର୍ବତନ ସ୍ବାସ୍ଥ୍ୟ ସଚିବ ପ୍ରସନ୍ନ କୁମାର ହୋତା ତାଙ୍କ ବକ୍ତବ୍ୟରେ ଫକୀରମୋହନଙ୍କ ପ୍ରଶାସନିକ ଜୀବନର କଥା କହିଥିଲେ । ଲରେନ୍ସିଆନ୍ ବିଶ୍ବବିଦ୍ୟାଳୟର ପ୍ରଫେସର ନିରଞ୍ଜନ ମିଶ୍ର ମଧ୍ୟ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ ।

ଏହି ଆଲୋଚନା ଚକ୍ରର ଶେଷରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ ଅତ୍ୟନ୍ତ ଶିକ୍ଷଣୀୟ ହୋଇଥିଲା । ପରିଶେଷରେ କାନ୍ସର ଉପଦେଷ୍ଟା ପ୍ରଫେସର ତନ୍ମୟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦୁବାଇ, ଟେକ୍ସାସ, ଆମେରିକା, ଦିଲ୍ଲୀ, କାନାଡ଼ା ପ୍ରଭୃତି ପୃଥିବୀର ବିଭିନ୍ନ ସହରରୁ ଅନେକ ଦର୍ଶକ ଯୋଗ ଦେଇଥିଲେ ।

Leave A Reply

Your email address will not be published.