Latest Odisha News

BREAKING NEWS

ଫ୍ୟାଶନରେ ବ୍ରାଇଡାଲ୍ ଆଉଟଫିଟ୍…

ବାହାଘରରେ ସମସ୍ତେ ସୁନ୍ଦର ଓ ଆର୍କଷଣୀୟ ଦେଖାଯିବା ପାଇଁ ଚାହିଁଥାନ୍ତି, ଖାଲି ଯେ ବର –କନ୍ୟା ତା’ ନୁହେଁ ବାହାଘରରେ ଯୋଗ ଦେଉଥିବା ସମସ୍ତ ଲୋକ ଏଥିପ୍ରତି ଧ୍ୟାନ ଦେଇଥାନ୍ତି ।

ଅନ୍ୟ ମାନଙ୍କ ଅପେକ୍ଷା ବର-କନ୍ୟାଙ୍କର ଆଉଟ୍ ଫିଟ୍ ସମସ୍ତଙ୍କ ଠାରୁ ଭିନ୍ନ ହେବା ଜରୁରୀ । ଏଥିପାଇଁ ବାହାଘରର ଗେଟଅପ୍ ଯଥା-ଲାଟେଷ୍ଟ ଫ୍ୟାଶନ, ନୁଆ ଡିଜାଇନ୍, ଆଉ ଖର୍ଚ୍ଚକୁ ନେଇ  ଖାସକରି ଝିଅମାନେ ବେଶି ଚିନ୍ତିତ ଥାନ୍ତି ।

ସାଧାରଣତଃ ବାହାଘରରେ ଲାଲ୍ ରଙ୍ଗକୁ ଶୁଭ ମନାଯାଉଥିବାରୁ ଏହିଦିନ ଝିଅକୁ ଲାଲରଙ୍ଗର ପୋଷାକ ପିନ୍ଧାଯାଇଥାଏ । କିନ୍ତୁ ଆଜିକାଲିର ଫ୍ୟାଶନକୁ ଦେଖି ବାହାଘର ପାଇଁ ବିଭିନ୍ନ ରଙ୍ଗର ଶାଢି ମାର୍କେଟକୁ ଆସୁଛି ।

ନିୟୋନ- ବାହାଘରରେ ସବୁଝିଅ ଚାହାନ୍ତି, ସମସ୍ତଙ୍କ ଆର୍କଷଣର କେନ୍ଦ୍ରବିନ୍ଦୁ ହେବା ପାଇଁ । ପାର୍ଟିରେ ସମସ୍ତ ଲୋକଙ୍କ ଦୃଷ୍ଟି ଆର୍କଷଣ କରିବାକୁ ଚାହୁଁଥିଲେ, ନିୟୋନ ଠାରୁ ଭଲ କେହି ହେବ ନାହିଁ । ଏହି ଆଉଟ ଫିଟ୍ କିଣିବା ବେଳେ ଧ୍ୟାନ ରଖନ୍ତୁ ଯେପରି ମୁଣ୍ଡରୁ ନେଇ ଗୋଡ ପର୍ଯ୍ୟନ୍ତ ବାହାଘର ଯୋଡା ଏକ ବା ସମାନ ରଙ୍ଗର ହୋଇଥିବ । ଏହାଛଡା ଶାଢିର ପଣତ କିମ୍ବା ଲେହେଙ୍ଗାର ଦୁପଟା ଭିନ୍ନ ରଙ୍ଗର ହୋଇଥିବ ।

ଗୋଲ୍ଡେନ୍ ରଙ୍ଗର- ନିଜ ବାହାଘରରେ ସମସ୍ତଙ୍କ ଠାରୁ ହଟକେ୍, ଗ୍ଲାର୍ମସ ଦେଖାଯିବାକୁ ଚାହୁଁଥିଲେ ଗୋଲ୍ଡେନ୍ ରଙ୍ଗର ପୋଷାକ ପନ୍ଧନ୍ତୁ । ଏହିରଙ୍ଗ ପିନ୍ଧିବାର ଅନ୍ୟ ଏକ ଲାଭ ହେଉଛି ଆପଣ ଚାହିଁଲେ ଏହାସହ ବିଭିନ୍ନ ଜୁଏଲାରିର ଏକ୍ସପରିମେଣ୍ଟ୍ କରିପାରିବେ ।

ନୀଳରଙ୍ଗ- ରୟାଲ୍ ଓ କଣ୍ଟପେରିଲୁକ ପାଇବା ପାଇଁ ଚାହୁଁଥିଲେ ନୀଳ ରଙ୍ଗ ବେଶ ଭଲ ହେବ । ସଙ୍ଗୀତବା ରିସେପସନରେ ସିଲ୍କ୍, ଜରଜଟ୍ଟିରେ ନୀଳ ରଙ୍ଗର ଲେହେଙ୍ଗା ସବୁଠାରୁ ଭଲ ହେବ । ନିଜ ଲୁକକୁ ଆହୁରି ବୋଲ୍ଡ ଆଉ ବ୍ରାଇଟ୍ କରିବା ପାଇଁ ସେଥିରେ ଲାଲ୍ ବା ହଳଦୀ ରଙ୍ଗର କମ୍ବିନେସନ ଯୋଡନ୍ତୁ ।

ପିଚ୍ ରଙ୍ଗ- ସାଧାରଣତଃ ବାହାଘର ପୋଷାକ ବାହାଘର ଦିନ ଛଡା ଆଉକେବେ ପିନ୍ଧିହୁଏ ନାହିଁ । ଏହି ପୋଷାକ ଗୁଡିକ ବହୁ ଦାମିକିଆ ହୋଇଥିଲେ ବି ଆଉ କେବେ ପିନ୍ଧି ହୁଏ ନାହିଁ ଓ ବେକାର ପଡିରହେ । ଏଥିପାଇଁ ପିଚ୍ ରଙ୍ଗର ପୋଷାକ ପିନ୍ଧନ୍ତୁ । ବୋଲ୍ଡ ଲୁକ୍ ପାଇବା ପାଇଁ ଜୁଏଲାରୀ ସହ ଏକ୍ସପରିମେଣ୍ଟ୍ ମଧ୍ୟ କରିପାରିବେ ।

Leave A Reply

Your email address will not be published.