Latest Odisha News

BREAKING NEWS

ଅଗ୍ନି ନିର୍ବାପକ ଯନ୍ତ୍ର ନଥିଲେ ରଦ୍ଦ ହେବ ବସ୍ ପରମିଟ୍

ଭୁବନେଶ୍ୱର: ରାଜ୍ୟର ବସ୍ ଗୁଡିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିଲେ ବସ୍ ଫିଟନେସ୍ ସାର୍ଟିଫିକେଟ୍ ଓ ରୁଟ୍ ପରମିଟ୍ ରଦ୍ଦ କରିବା ଲାଗି ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି ।

ଗତ ଗୁରୁବାର ଦିନ ଭୁବନେଶ୍ୱରସ୍ଥିତ ବରମୁଣ୍ଡା ବସଷ୍ଟାଣ୍ଡରେ ଛିଡା ହୋଇଥିବା ଏକ ବସରେ ଅଚାନକ ନିଆଁ ଲାଗିଯିବା ଫଳରେ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଆଞ୍ଚଳିକ ଟ୍ରାନ୍ସପୋର୍ଟ ଅଧିକାରୀ (ଆରଟିଓ) ପ୍ରଦୀପ କୁମାର ମହାନ୍ତି ଏସମ୍ପର୍କରେ ଆଲୋଚନା ଲାଗି ଘରୋଇ ବସ୍ ମାଲିକଙ୍କ ସହ ସାକ୍ଷାତ କରିଥିଲେ ।

ଏହି ଅବସରରେ ଯାତ୍ରୀଙ୍କ ସୁରକ୍ଷା ଲାଗି ବସ୍ ଗୁଡିକରେ ନିଆଁ ଲିଭାଇବା ପାଇଁ ସମସ୍ତ ଆବଶ୍ୟକୀୟ ସରଞ୍ଜାମ ରଖିବା ପାଇଁ ବସ୍ ମାଲିକଙ୍କୁ ସ୍ପଷ୍ଟ କରାଯାଇଛି । ଏପରିକି ଯାଞ୍ଚ ବେଳେ ଯଦି ଗାଡି ମଧ୍ୟରେ ଅଗ୍ନି ନିର୍ବାପକ ଯନ୍ତ୍ରପାତି ନମିଳେ, ତାହେଲେ ସମ୍ପୃକ୍ତ ବସର ଫିଟନେସ୍ ଲାଇସେନ୍ସ୍ ଓ ରୁଟ୍ ପରମିଟକୁ ତୁରନ୍ତ ରଦ୍ଦ କରିଦିଆଯିବ ସେ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.