Latest Odisha News

BREAKING NEWS

ଡିଜିପିଙ୍କୁ ପାରମ୍ପରିକ ସ୍ୱାଗତ

ମାଲକାନଗିରି:ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା COBରେ ବଣ୍ଡା ସମ୍ପ୍ରଦାୟର ଆଦିବାସୀ ଡିଜିପିଙ୍କୁ ପାରମ୍ପରିକ ଭାବେ ସ୍ୱାଗତ କରିଛନ୍ତି । ଏହି ଅବସରରେ ଡିଜିପି ଗ୍ରାମବାସୀଙ୍କୁ ପୋଷାକ, କ୍ରୀଡା ସାମଗ୍ରୀ, ଅନ୍ୟାନ୍ୟ ଉପଯୋଗୀ ସାମଗ୍ରୀ ବଣ୍ଟନ କରିଛନ୍ତି । ଏହାସହ ସେ ବିଏସଏଫ ଯବାନ ଏବଂ ଗ୍ରାମବାସୀଙ୍କ ସହ ମଧ୍ୟ କଥାବାର୍ତ୍ତା ହୋଇଛନ୍ତି ।

ଡିଜିପି ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ ଆତ୍ମସମର୍ପଣ କରିବାକୁ ସେ ମାଓବାଦୀଙ୍କୁ ନିବେଦନ କରିଛନ୍ତି । ମାଲକାନଗିରିରେ ବିକାଶମୂଳକ କାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହେବ ବୋଲି କହିଛନ୍ତି ଡିଜିପି ।

Leave A Reply

Your email address will not be published.