ସମ୍ବଲପୁର: ଦେଶରେ ନୂଆ ଟ୍ରାଫିକ୍ ଆଇନ୍ କଡାକଡି କରାଯାଉଥିବା ବେଳେ ନିୟମ୍ ଉଲଘଂନକାରୀଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡୁଛି । ଏହି ଟ୍ରାଫିକ୍ ନିୟମ୍ ଉଲଘଂନ ଅଭିଯୋଗରେ ସମ୍ବଲପୁରରେ ଏକ ଟ୍ରକ୍ ଉପରେ ଲାଗିଛି ପ୍ରାୟ ୬.୫୩ ଲକ୍ଷ ଟଙ୍କାର ଜୋରିମାନା ।
ମିଳିଥିବା ସୂଚନାନୁଯାୟୀ ଏହା ଗତ ଅଗଷ୍ଟ ୧୦ ତାରିଖର ଘଟଣା । ୨୦୧୯ ନୂଆ ମୋଟର ଯାନ ଅଧିନିୟମରେ ସଂଶୋଧନ ହେବା ପରେ ସାରା ଦେଶରେ ଏଭଳି ନିୟମ ଲାଗୁ ହୋଇଛି ।ଟ୍ରକକୁ ନାଗାଲାଣ୍ଡରୁ ଆସୁଥିଲା ବୋଲି ଜଣାପଡିଛି ।
ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)ରୁ ମିଳିଥିବା ସୂଚନାନୁଯାୟୀ ଟ୍ରକ୍ ମାଲିକ୍ ୨୦୧୪ ପରଠାରୁ ରୋଡ୍ ଟ୍ୟାକ୍ସ ଫାଙ୍କୁଥିବାରୁ ୬ ଲକ୍ଷ ୪୦ ହଜାର ୫୦୦ ଟଙ୍କା ଫାଇନ୍ । ଆହୁରି ମଧ୍ୟ ମାଲବାହୀ ଟ୍ରକ ରେ ଯାତ୍ରୀ ଉଠାଇବା ଅଭିଯୋଗରେ ୫ ହଜାର, ପରମିଟ୍ ନଥିବାରୁ ୫ ହଜାର, ପଲ୍ୟୁସନ୍ ସାର୍ଟିଫିକେଟ୍ ନଥିବାରୁ ୧ ହଜାର ଫାଇନ୍ ଲଗାଯାଇଛି ।
Comments are closed.