Latest Odisha News

BREAKING NEWS

କରୋନା ଭୟ: ଇରାନ ଜେଲରୁ ୮୫ହଜାର କଏଦୀ ମୁକ୍ତ

ତେହେରାନ: କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ଇରାନ ପାଖାପାଖି ୮୫ହଜାର କଏଦୀଙ୍କୁ ଅସ୍ଥାୟୀ ରୂପେ ମୁକ୍ତ କରିଛି । ନ୍ୟାୟପାଳିକା ମୁଖପାତ୍ର ଘୋଲମହୋସିନ ଇସ୍ମାଇଲି କହିଛନ୍ତି, “ମୁକ୍ତ କରାଯାଇଥିବା କଏଦୀଙ୍କ ମଧ୍ୟରୁ ଅଧା ଦେଶର ସୁରକ୍ଷା ସମ୍ପର୍କରେ ଜଡିତ ଥିଲେ । କରୋନାଭଇରସ ସଂକ୍ରମଣକୁ ରୋକିବା ପାଇଁ ଜେଲରେ ମଧ୍ୟ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ।”

ଇରାନରେ ସୋମବାର ଦିନ କରୋନାଭାଇରସ ସଂକ୍ରମଣ କାରଣରୁ ୧୨୯ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହିତ ଇରାନରେ ମୃତକଙ୍କ ସଂଖ୍ୟା ୮୫୩ରେ ପହଞ୍ଚିଥିବାବେଳେ ୧୪, ୯୯୧ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି । ଏନେଇ ଇରାନର ସରକାରୀ ଚ୍ୟାନେଲ ସୂଚନା ଦେଇଛି ।

Leave A Reply

Your email address will not be published.