Latest Odisha News

BREAKING NEWS

ରିଲିଜ ହେଲା ’ବାପା..ସୁପରମ୍ୟାନ’ର ଟ୍ରେଲର

ଭୁବନେଶ୍ୱର: ଏ ଦୁନିଆ ସବୁବେଳେ ମା’ର ତ୍ୟାଗକୁ ଦେଖି ଆସିଛି । କିନ୍ତୁ ପିଲାଙ୍କ ପାଇଁ ବାପାଙ୍କ ତ୍ୟାଗ, ସେବା କିଛି କମ ନୁହେଁ । ହେଲେ ସବୁବେଳେ ବାପାଙ୍କ  ତ୍ୟାଗ, କଷ୍ଟ ସବୁବେଳେ ଲୁଚି ଯାଏ ।  ଏମିତି ଜଣେ  ବାପାଙ୍କ ତ୍ୟାଗର କଥା କହିବ ‘ବାପା, ସୁପରମ୍ୟାନ’ ।

ସମସ୍ତଙ୍କର ଅପେକ୍ଷାକୁ ଅନ୍ତ କରି ଆସୁଛି ‘ବାପା..  ସୁପରମ୍ୟାନ’  । ଆଉ ଅଳ୍ପ ଦିନର ଅପେକ୍ଷା ।  ନୂଆ ବର୍ଷରେ ଦର୍ଶକଙ୍କୁ ଏଣ୍ଟରଟେନମେଣ୍ଟର ନୂଅ ଟେଷ୍ଟ ଦେବ ‘ବାପା’ । ଗତକାଲି ଏହାର ଟ୍ରେଲର ରିଲିଜ ହୋଇଯାଇଛି।  ଫିଲ୍ମଟି ନୂଆ ବର୍ଷରେ ରିଲିଜ ହେବ  । ବେଶ ଦମଦାର ହୋଇଛି ଟ୍ରେଲର ।

ଫିଲ୍ମର ଡାଇଲଗ, ଆକ୍ସନ ବି ବେଶ ମନଛୁଆଁ ହୋଇଛି । ଦିନ ଥିଲା, ଓଡ଼ିଆ ଫିଲ୍ମକୁ ଦର୍ଶକ ରିଜେକ୍ଟ କରୁଥିଲେ । ହେଲେ ଏବେ ଆସିଛି ସିଲେକ୍ସନର ସମୟ ।  ଅନେକ ଓଡ଼ିଆ ଫିଲ୍ମ ଦର୍ଶକଙ୍କ ମନକୁ ଛୁଇଁଛି । ଜାତୀୟ ସ୍ତରରେ ବି ଚର୍ଚ୍ଚାକୁ ଆସିଛି । ଏହି ସିଲେକ୍ସନ ଓଡ଼ିଆ ସିନେ ପ୍ରେମୀଙ୍କ ମନରେ ନୂଆ ଆଶାର ସଞ୍ଚାର କରିଛି । ବାପାକୁ ନେଇ ମଧ୍ୟ ପୁରା ଟିମ ବେଶ ଆଶାବାଦୀ । ତେବେ ଫିଲ୍ମଟି କେବେ ରିଲିଜ ହେବ ସେ ନେଇ  କୌଣସି ତାରିଖ ଘୋଷଣା କରାଯାଇ ନାହିଁ ।

ଓମକାର ଏଣ୍ଟରଟେନମେଣ୍ଟ ପକ୍ଷରୁ ନିର୍ମିତ ଏହି  ଫିଲ୍ମର ମୁଖ୍ୟ ବାପା ଭୂମିକାରେ ଅଭିନୟ କରିଛନ୍ତି ସିଦ୍ଧାନ୍ତ ମହାପାତ୍ର ଏବଂ ତାଙ୍କର ପୁଅ ଭୂମିକରେ ଅଛନ୍ତି ଶୁଭମ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଧାଂଶୁ ମୋହନ ସାହୁ । କାହାଣୀ ଓ ଡାଇଲଗ ଦେଇଛନ୍ତି ପ୍ରିୟବ୍ରତ ପଣ୍ଡା ।

Leave A Reply

Your email address will not be published.