Latest Odisha News

BREAKING NEWS

ଦିଲ୍ଲୀ-ଏନସିଆରରେ ୫.୯ ତୀବ୍ରତାର ଭୂମିକମ୍ପ

ନୂଆଦିଲ୍ଲୀ: ଥରିଲା ଦିଲ୍ଲୀ । ଆଜି ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ଝଟକା ଜମ୍ମୁ-କାଶ୍ମୀର ପର୍ଯ୍ୟନ୍ତ ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ୫.୯ ରହିଛି । କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶ ବୋଲି ଜଣା ପଡ଼ିଛି । ତେବେ ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣା ପଡ଼ିଛି ।

ଭୂମିକମ୍ପ ଦୃଷ୍ଟିରୁ ଦିଲ୍ଲୀ-ଏନସିଆର ଏକ ସମ୍ବେଦନଶୀଳ ଅଞ୍ଚଳ । ବର୍ଷକରେ ୩ରୁ ୪ଥର ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଅନୁଭୂତ ହୋଇଥାଏ । ଜାନୁଆରୀ ୧ ତାରିଖ ରାତିରେ ମେଘାଳୟରେ ୩.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା ।

Comments are closed.