Latest Odisha News

BREAKING NEWS

ଶ୍ରୀ ସମ୍ମେଦ ଶିଖରଜୀ ବିବାଦ: ଝାଡଖଣ୍ଡ ନିଷ୍ପତି ଉପରେ ରୋକ ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଜୈନ ସମ୍ପ୍ରଦାୟର ଧର୍ମପୀଠ ଶ୍ରୀ ସମ୍ମେଦ ଶିଖରଜୀ ବିବାଦରେ କେନ୍ଦ୍ର ସରକାର ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଝାଡଖଣ୍ଡ ସରକାରଙ୍କ ପର୍ଯ୍ୟଟନସ୍ଥଳର ମାନ୍ୟତା ଉପରେ କେନ୍ଦ୍ର ସରକାର ରୋକ ଲଗାଇଛନ୍ତି । ପୂର୍ବରୁ ଝାଡଖଣ୍ଡ ସରକାରଙ୍କ ନିଷ୍ପତିକୁ ବିରୋଧ କରି ଜୈନ ସମ୍ପ୍ରଦାୟର ଲୋକମାନେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିଥିଲେ । ସେମାନଙ୍କ ମତରେ ଝାଡଖଣ୍ଡର ଗିରିଧିରେ ଥିବା ପ୍ରଶାନ୍ତ ପାହଡ ଉପରେ ଏହି ପବିତ୍ର ଧର୍ମପୀଠ ରହିଛି । ଟୁରିଷ୍ଟ ମାନ୍ୟତା ମିଳିବା ମାତ୍ରେ ଏଠାକୁ ବିଭିନ୍ନ ସ୍ଥାନରୁ ଲୋକମାନେ ଆସିବେ । ଭୋଜିଭାତ ସହ ମଦ୍ୟପାନଠାରୁ ଆରମ୍ଭ କରି ଅନେକ ଅନୈତିକ କାର୍ଯ୍ୟ କରିବେ ।

BjdElectrycity

ଯାହାକି ଏହି ଧର୍ମପୀଠ ପ୍ରତି ଅବମାନନା ହେବ । ଏହି ବିକ୍ଷୋଭ ଦିଲ୍ଲୀ, ମୁମ୍ବାଇ, ଭୋପାଳ, ଅହମ୍ମଦାବାଦ ଓ ସୁରଟରେ ମଧ୍ୟ କରାଯାଇଥିଲା । କାହାର ଧର୍ମୀୟ ଭାବନାକୁ ଆଘାତ କରି ଅନୈତିକ କାର୍ଯ୍ୟ କରାଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ସରକାରଙ୍କ ଏହି ନିଷ୍ପତି ପରେ ଜୈନ ଧର୍ମାମ୍ବଲମିମାନେ ବିକ୍ଷୋଭ ପ୍ରତ୍ୟାହାର କରି ନେଇଛନ୍ତି ।

Leave A Reply

Your email address will not be published.